STORYMIRROR

Mitali Madhusmita

Others

3  

Mitali Madhusmita

Others

ବର୍ଷା

ବର୍ଷା

1 min
348

ବର୍ଷା ଭଲପାଏ ପୃଥିବୀକୁ 

ଧୈର୍ଯ୍ୟର ସହିତ ଅପେକ୍ଷା ରଖେ,  

କେବେ ନିଦାଘ ଗ୍ରୀଷ୍ମ ବିଦାୟ ନେବ? 

ବିଜୁଳିର ଚିକମିକ ଓଢଣୀ ଉଡେଇ 

କଳା ବଉଦରେ କବରୀ ସଜେଇ

ଧୂସର ରଙ୍ଗର ଶାଢ଼ୀ ପିନ୍ଧି, 

ସେ ଆସିବ ତୃଷିତ ପୃଥିବୀକୁ l

ସବୁ ପ୍ରତୀକ୍ଷାରେ ପୂର୍ଣ୍ଣଛେଦ ପକେଇ

ବର୍ଷା ଆସେ, 

ଭିଜେଇ ଦିଏ ପୃଥିବୀର ଦେହ ଆଉ ମନ 

ବୟସୀ ରାତିରେ କାହା ପାଇଁ ବର୍ଷା ଗାଏ ବିରହର ଗଜଲ

 ତ କାହା ପାଇଁ, ମିଳନର ବଂଶୀ l

କେବେ କେବେ,

 ବର୍ଷା ସାଜେ ଗିରି ଶୃଙ୍ଗରେ ନୃତ୍ୟରତ ନର୍ତ୍ତକୀ, 

ବିରହ ଯନ୍ତ୍ରଣାରେ ବିଦାରି ହେଉଥିବା 

ନିରୀହ ମନକୁ, 

ସେ ମନେ ପକାଏ ଆଗାମୀ ବର୍ଷାରେ

 ହେବାକୁ ଥିବା ମିଳନର ପରିଭାଷା !!

ମିଳନ ବଂଶୀର ମତୁଆଲା ସ୍ୱରରେ, 

ବିଭୋର ଥିବା ଦୁଇ ଆତ୍ମାକୁ, 

ବୁଝାଏ 

ମିଳନର ପରବର୍ତ୍ତୀ ଭାଷା !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍