STORYMIRROR

Mitali Madhusmita

Tragedy

3  

Mitali Madhusmita

Tragedy

ମୁଁ ମୋତେ ଖୋଜୁଛି..

ମୁଁ ମୋତେ ଖୋଜୁଛି..

1 min
380

ମୋ ମନ ଜହ୍ନ ରୁ କିଏ, 

କାଢି ନେଲା ଜୋଛନା.. 

ହସିବାକୁ ମୋତେ କିଏ 

କରିଦେଲା ମନା, 

ଏଇ ମୋର ଜୀବନଟା 

କିଛି ଫୁଲ କିଛି କଣ୍ଟା 

ରାତି ପାହେନା

ଦିନ ସରେନା

ହସିବାକୁ ଇଚ୍ଛାନାହିଁ 

ଯା ଫେରି ଫଗୁଣ

ଅଳ୍ପ ସମୟରେ 

କେତେ ସହିଛି କଷଣ

 ଜ୍ୱଳନ୍ତ ସପନ ଆଜି 

ଅଧୁରା ଜୀବନ

ହା ହା କାର ଲାଗେ 

ମୋତେ ମନ ଉପବନ

ବିଶ୍ୱାସର କାଚ ଘର 

ଭାଙ୍ଗିଦେଲା ଆସି ଝଡ଼, 

ଦିନ ଚାଲିଗଲା ସିନା 

ଚି଼ହ୍ନ ରହିଛି

ସପନର ଛୋଟ ଘରେ 

ପାଉନି ନିଜକୁ 

କୋଉଠି ହଜିଛି ମୁଁ ମୋତେ ଖୋଜୁଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy