STORYMIRROR

Jyochhna rani Devi

Romance

4  

Jyochhna rani Devi

Romance

କେଉଁଠି ପାଉଛ ସୁଖ

କେଉଁଠି ପାଉଛ ସୁଖ

1 min
470


ଚାନ୍ଦିନୀ ରାତିର ଚାରୁ ଚୁମ୍ବନେ ଶୁଭ୍ର ଜହ୍ନର  ହସେ

ନୀଳକଇଁର ଚୋରା ଚାହାଣୀରେ ହଜିଗଲି ତୁମ ପାଶେ

ଚାହିଁ ରହିଥିଲି ତୁମ ବାଟ ସଖୀ ଚକୋରଟିଏ ଗୋ ହୋଇ

ତୁମରି ପ୍ରୀତିର ମୁଗ୍ନ ମାଧୁରୀରେ ଆଶ୍ଳେଷେ ଥିଲି ରହି ।


ଦୂର ତାଳବଣେ ସଘନ ନିକୁଞ୍ଜେ ତୁମ ଓଢଣୀର ଧଡି

ମାୟା ରଚୁଥିଲା ନୟନେ ବିଜନେ, ଗୌରାଙ୍ଗୀ ଚମ୍ପାକଢି

ନହକା ଚାଲିରେ ଚହଲା ବୟସେ ଚହଲୁ ଥିଲା ମୋ ମନ

ଚିତ ଚଇତନ ବେହାଲ୍ ହୋଇ ଗୋ ଝୁରୁଥିଲା ରାତିଦିନ ।



ରକ୍ତ ଗୋଲାପି ଓଠରୁ ତୁମର ମୁକୁତାର ଦନ୍ତପନ୍ତି

ଦେଖି ଛୁଇଁଦେଲେ ନିଟୋଳ ଗଣ୍ଡ ଗୋ ଭରୁଥିଲା ହୃଦେ ତାତି ମନ୍ଦ୍ର ମଧୁର ମଳୟର ଛୁଆଁ ଚୁପିଚୁପି ତୁମ କଥା

ବହି ଆଣୁଥିଲା ହଜାଇଦେଇ ଗୋ ଜୀବନର ଯେତେ ବ୍ୟଥା ।



ଖୋଜୁଛି ଆଜି ମୁଁ ନୀରବ ବିଜନେ ତୁମ କଥାକୁହା ଆଖି

ମୋ ଆଖିରେ ଦିନେ ମିଶିଥିଲା ଯିଏ ରଖି ବନଲତା ସାକ୍ଷୀ

ପାଗଳ ଭଅଁର ଖୋଜୁଛି ଆଜି ମୁଁ ତୁମ ମୁକୁଳିତ ମୁଖ

କାହିଁ ଗଲ ସଖୀ ଛାଡିଲ ହାତ ମୋ କେଉଁଠି ପାଉଛ ସୁଖ ?



         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance