STORYMIRROR

Sukadev Mahanta

Romance

4  

Sukadev Mahanta

Romance

ଫେରି ଆସ ପ୍ରୀୟା ମୋହର

ଫେରି ଆସ ପ୍ରୀୟା ମୋହର

1 min
642

ଏଇ ସରସ ସୁନ୍ଦର     ସବୁଜ ବନ ପ୍ରାନ୍ତର

    ମୂକ ସାକ୍ଷୀ ହୋଇ ଗାଏ ଗୀତ ଆମର

ପବନ ବୀଣା ଝଙ୍କାର   କୋଇଲିର ମଧୁ ସୁର 

   ଝରଣାର କଳ କଳ ସଂଗୀତ ସୁର  

      ବଖାଣୁଛି କଥା ଆମର

ଆମ ମଧୁ ସମ୍ପର୍କର କରେ ପ୍ରଚାର |


କହି କେତେ ମିଠା କଥା    ତନ୍ଦ୍ରାଳସେ ଲୋଟେ ମଥା

      ମୋର ଅଙ୍କ ପଲଙ୍କର କୋମଳ ଶେଯେ  

ତୁମ କୋମଳ ଅଙ୍ଗର     ପରଶେ ସୁଖ ଅପାର

    ପ୍ରୀତିର ପ୍ଳାବନେ ହୃଦ କ୍ରମଶଃ ଭିଜେ

     ଅଙ୍ଗେ ଅଙ୍ଗେ ଜାଗେ କମ୍ପନ

ଭୂମିକମ୍ପେ ପ୍ରୀତି ଲାଭାର ଉଦ୍ଗୀରଣ |


ତୁମେ ତ ଭାରି ଅବୁଝା    ବୁଝନାହିଁ ମୋଟେ ଜମା

   ଦିନେ ନକହିଲେ କଥା ରହି ପାରନା

ତୁମେ ମୋ ଫୁଲେଇ ପ୍ରିୟା   ଅଳସୀ ଜହ୍ନ ମୋହର

      ଭାରି ଲାଜେଇ ଗୋ ମୋର ମନ ମଇନା

    ଟିକିଏ କଥାରେ ରାଗିଣ

ରୁଷି ବସି କର କେତେ ଯେ ଅଭିମାନ |


ଅଭିମାନୀ ପ୍ରୀୟା ମୋର    ଚୋରୀ କରି ହୃଦ ମୋର

       ଅଭିମାନେ କେତେ ମୋତେ କର ଧୀକ୍କାର

ନିର୍ଲ୍ଲଜ ପଣରେ ମୁହିଁ     ପ୍ରୀତି ଭରା କଥା କହି

   କରିଦିଏ ଅଭିମାନକୁ ମୁଁ ଚୂରମାର

    ହସି ପଦେ କହିଲେ କଥା

ଝରିଯାଅ ମୋ କୋଳରେ ଲୋଟାଇ ମଥା |


ସମୟ ଦେଲା ପ୍ରହାର    ଭାଙ୍ଗିଲା ସ୍ବପ୍ନ ଆମର

   ଛଡାଇନେଲା ତୁମକୁ ବହୁତ ଦୂର

ହୃଦୟରେ ଉଠେ ମୋର    ଖାଲି କୋହର ଜୁଆର

      ହୃଦୟେ ମୋ ଖାଲି ଶୂନ୍ୟସ୍ଥାନ ତୁମର

      ଫେରିଆସ ପ୍ରୀୟା ମୋହର

ମନେ ପଡ ଭାରି ତୁମେ ଆଜି ମୋହର |


Rate this content
Log in

Similar oriya poem from Romance