STORYMIRROR

Namita Pal

Romance

4  

Namita Pal

Romance

ପ୍ରଣୟ ଫଲଗୁ

ପ୍ରଣୟ ଫଲଗୁ

1 min
294


      ଝରିଗଲା ଶେଫାଳିର ରଙ୍ଗ ନେଇ

     ଆଦ୍ଯ ଭିଜା ମାଟିର ବାସ୍ନା ନେଇ

     ସ୍ବପ୍ନିଳ ନୟନରେ ନିଦ ହୋଇ

     ଅଳସୀ କନ୍ଯାର ପାଦର ନୂପୁର ଶବ୍ଦରେ

    ଶବ୍ଦାୟିତ ହୋଇ ଫେରିଆସ ତୁମେ।

    ସ୍ବପ୍ନ କିଛି ବାକି ଅଛି ଆଖିରେ ପୁରା କରିବାକୁ

   ଫିକା ଫିକା ଏଇ ଜୀବନରେ ରଙ୍ଗ ଭରିବାକୁ

   ନିସ୍ତବ୍ଧ ଦୁନିଆରେ ଖୁସୀର କଲ୍ଲୋଳରେ ପ୍ରତିଧ୍ବନିତ କରି

   କୋଇଲିର ମିଠା ମିଠା କୁହୁ କୁହୁ ସ୍ବନ ଆଉ ମୟୁରର

   ଉନ୍ମତ୍ତ ନୃତ୍ଯର ଛନ୍ଦରେ ଛନ୍ଦାୟିତ, ସଜଫୁଟା କୁସୁମର

   ମାଧୁର୍ଯ୍ଯ ନେଇ ଫେରିଆସ ତୁମେ।


   ଘନ ତମସାକୁ ଚିରି ପୂର୍ଣ୍ନିମାର ଚାନ୍ଦ ହୋଇ

   ସୁଶିତଳ କିରଣରେ ହରିନିଅ ଏଇ ବିଚ୍ଛେଦର ଜ୍ବାଳା

   ମିଳନର ମୃଦୁ ମଳୟ ହୋଇ , ବିଜୁଳିର ଝିଲମିଲ ଶାଢ଼ୀ ପିନ୍ଧି

   ଏଇ ବର୍ଷ ପ୍ରେମ ଋତୁରେ ଫେରିଆସ ତୁମେ।

  

    ସବୁ ବାଧାକୁ ଆଡେଇ ନୁଆ ଏକ ଆଶା ନେଇ

    ପୁଣି ଥରେ ଜିଁ ଉଠୁ ଆମରି ସମ୍ପର୍କ

   ଚିରନ୍ତନ ଶାଶ୍ବତ ଜନ୍ମ ଜନ୍ମର ବନ୍ଧନ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance