Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sumanta behera

Romance

3  

sumanta behera

Romance

କଳକଣ୍ଠି ପ୍ରିୟା

କଳକଣ୍ଠି ପ୍ରିୟା

1 min
189


କଳକଣ୍ଠି ପ୍ରିୟା ମୋର

         କଳକଣ୍ଠ ସ୍ୱରେ

ଭଲପାଏ ବୋଲି ଯେବେ

        କହିଦେଲା ଧିରେ ।


ସେତେବେଳେ ସେହି ସ୍ଥାନ

         ମହକି ଉଠିଲା

ପ୍ରସ୍ପୁଟିତ ହୋଇ ପୁଷ୍ପ

      ସୁଗନ୍ଧ ବାଣ୍ଟିଲା ।


ଶୁଣାଗଲା କୁହୁ କୁହୁ 

     ସ୍ୱର କୋକିଳର

ପ୍ରବାହିତ ହେଲା ଧୀରେ

     ଶୀତଳ ସମୀର ।


ତରୁଲତାଗଣ ଅତି

        ଆନନ୍ଦ ମନରେ

ବାଦ୍ୟଯନ୍ତ୍ର ବଜାଇଲେ

        ସମୀର ସାଥିରେ ।


କେକୀ ନାଚି ମୋତେ ଦେଲା

       ସେ ଅଭିନନ୍ଦନ

ପ୍ରୀତି ରଙ୍ଗେ ପୂର୍ଣ୍ଣ ହେଲା

        ସେହି ଉପବନ ।


ଶୁଭେଚ୍ଛାର ବାର୍ତ୍ତା ମୋତେ

      ଅତି ଆନନ୍ଦରେ

ଅସ୍ତଗାମୀ ରବି ଦେଲେ

       ଥାଇ ଗଗନରେ ।


ଆନନ୍ଦେ ବିଭୋର ହେଲା

       ହୃଦୟ ମୋହର

ଶୁଣି ତା'ର କଥା ପଦ

       କଳକଣ୍ଠ ସ୍ୱର ।


Rate this content
Log in

Similar oriya poem from Romance