Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sumanta behera

Romance

4  

sumanta behera

Romance

ଆଗୋ ମୋର ରୂପବତୀ

ଆଗୋ ମୋର ରୂପବତୀ

1 min
268


ମୋ ମନ ମାନିନୀ ପ୍ରେମ ସୁହାଗିନୀ

   ଆଗୋ ମୋର ରୂପବତୀ ।

ତୋ ପ୍ରୀତି ପରଶ ପାଇ ମୁଁ ହରଷ

   ପ୍ରେମ ରାଇଜରେ ଅତି ।।


ଦେଖିଦେଲେ ତୋତେ ମନ ପୂରିଯାଏ

  ହୃଦୟ ହୁଏ ମୋ ଖୁସି ।

ଆବେଗରେ ମନ ଭରିଯାଏ ମୋର

  ଦେଲେ ତୁହିଁ ଟିକେ ହସି ।।


ଭାରି ଭଲ ଲାଗେ ତୋ ପ୍ରୀତି ଚାହାଣି

    ଅସଜଡା ଘନ କେଶ ।

କୋମଳ କପୋଳ ରକ୍ତିମ ଅଧର

  ପ୍ରେମେ କରେ ମୋତେ ବଶ ।।


କୁଚ ଦେଶେ ତୋ'ର କଞ୍ଚୁଲି ଶୋଭିତ

  ଆହାଃ କି ସୁନ୍ଦର ସତେ ।

କୃଶ କଟିଦେଶ ସୁଉଚ୍ଚ ବକ୍ଷଜ

  ଆନମନା କରେ ମୋତେ ।।


ମୋହିନୀ ନିତମ୍ବ ମସୃଣ ଚିବୁକ

 ମଧୁର ତୋ କଣ୍ଠ ସ୍ୱର ।

ସେ ସୁରେ ଶୁଣିଲେ ତମେ ବୋଲି ଡାକ

  ହୃଦ ଗତି ବଢେ ମୋର ।।


ଦୁନିଆ ଭିଡରେ ଯୁଆଡେ ଦେଖିଲେ

  ତୁମ ମୟ ଦିଶେ ମୋତେ ।

ତୋ ରୂପ ସୁନ୍ଦର ହୃଦୟକୁ ମୋର

  ପାଗଳ କରିଛି ସତେ ।।


Rate this content
Log in

Similar oriya poem from Romance