ମୋ ଗାଁ
ମୋ ଗାଁ
କେଡେ ସୁନ୍ଦର ଗାଁଟି ମୋର ଲାଗଇ ମଧୁର ଭାରି
ସଫା ସୁତର ଭାରି ନିର୍ମଳ ପରିବେଶ ଅଟେ ତା'ରି ।
ବାର ମାସରେ ତେର ପରବ ପାଳନ୍ତି ଏଠାର ଜନ
ସଭିଙ୍କ ଠାରୁ ଏଠାରେ ମିଳେ ପଲ୍ଲୀ ସଂସ୍କୃତି ଜ୍ଞାନ
ବିପଦ ବେଳେ ସଭିଏଁ ମିଶି ଦୁଃଖକୁ ଦିଅନ୍ତି ହରି
କେଡେ ସୁନ୍ଦର ଗାଁଟି ମୋର ଲାଗଇ ମଧୁର ଭାରି ।
ଓଡ଼ିଆ ଘର ପଲ୍ଲୀ ଜୀବନ ପିଠା ପଣାର ମଜା
ଅତୀତ ହେଉ ବିତି ସେ ଯାଉ ଲାଗଇ ସର୍ବଦା ତାଜା ।
ମୋ ଗାଁ ପାଖେ ଛୋଟିଆ ନଈ ଆନନ୍ଦେ ଯାଉଛି ବହି
ଗଭୀର ଜଳେ ଯୁବକେ ମାତେ ଅତି ଆନନ୍ଦ ହୋଇ ।
ସଞ୍ଜ ସକାଳେ ମୋ ଗାଁ ମନ୍ଦିରେ ଭକତେ ହୁଅନ୍ତି ମେଳି
କେଡେ ସୁନ୍ଦର ଗାଁଟି ମୋର ଲାଗଇ ମଧୁର ଭାରି
ସୁମନ୍ତ ମନ ଭାରି ଉଲ୍ଲାସ ତାହାରି କୋଳରେ ରହି
ତାହାରି ଗାଥା ଗାଉଛି ଆଜି ମନେ ସେ ଆନନ୍ଦ ହୋଇ ।
