Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sumanta behera

Inspirational

3  

sumanta behera

Inspirational

ପ୍ରେମରେ ଭିଜିବା ଆସ

ପ୍ରେମରେ ଭିଜିବା ଆସ

1 min
145



ହୃଦୟ ଆମର ପ୍ରୀତିର ସେ ଘର

 ହିଂସା ଭାବ ମନୁ ନାଶ ।

ସୁନ୍ଦର ସଂସାର ଅତି ମନୋହର

  ପ୍ରେମରେ ଭିଜିବା ଆସ ।


ଏ ବିଶ୍ୱ ବ୍ରହ୍ମାଣ୍ଡ ଏକ ପରିବାର

  ସଦସ୍ୟ ତାହାରି ଆମେ ।

କେହି ନୁହେଁ ପର ସବୁ ଆପଣାର

 ଏହି ଆମ ଧରାଧାମେ ।।


ହସି ହସେଇବା ଚାଲ ଦୁନିଆକୁ

  ଦେଖିବା ସଭିଙ୍କ ହସ ।

ସୁନ୍ଦର ସଂସାର ଅତି ମନୋହର

  ପ୍ରେମରେ ଭିଜିବା ଆସ ।।


ମିଛ ଅହଙ୍କାର ପରଶ୍ରୀକାତର

  ଲୋଭ କର ମନୁ ଦୂର ।

ସତ୍ୟ, ଦୟା, କ୍ଷମା, ସହନଶୀଳତା

  ହୃଦେ କରୁ ଆମ ଘର ।।


ଆମ ଏ ଶରୀର ନୁହଁଇ ଅମର

 ମାଟିରେ ମିଶିବ ଦିନେ ।

ଜୀବ ଥିଲା ଯାଏଁ ଜୀବେ ଦୟା ପାଇଁ

  ସ୍ପୃହା ଆସୁ ଆମ ମନେ ।।


ଅହିଂସା ସ୍ଵଭାବ ହୃଦୟକୁ ଆମ

  ସହଜରେ କରୁ ବଶ ।

ହୃଦୟ ଆମର ପ୍ରୀତିର ସେ ଘର

 ହିଂସା ଭାବ ମନୁ ନାଶ ।।


ଖୁସି ଆନନ୍ଦରେ ବଞ୍ଚିବା ସଭିଏଁ

  ଚାଲୁଥିବା ଯାଏ ଶ୍ୱାସ ।

ସୁନ୍ଦର ସଂସାର ଅତି ମନୋହର

  ପ୍ରେମରେ ଭିଜିବା ଆସ ।।


Rate this content
Log in

Similar oriya poem from Inspirational