Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sumanta behera

Inspirational Children

3  

sumanta behera

Inspirational Children

ଶିଶୁ ଶ୍ରମିକ

ଶିଶୁ ଶ୍ରମିକ

1 min
120


ଶିଶୁଟିଏ ମୁହିଁ ଶିଶୁଟିଏ

ବିଶ୍ୱ କାନନର କଢ଼ଟିଏ

ପ୍ରସ୍ଫୁଟିତ ହୋଇ ବାସ ଦେବା ପାଇଁ

ଅପେକ୍ଷାରେ ମୁହିଁ ରହିଥାଏ ।


ମନେ ଥାଏ ଆଶା ଅସୁମାରୀ

ବିକାଶ କରିବି ପାଠ ପଢି

ଦେଶ ମାତୃକାର ସେବା ମୁଁ କରିବି

ତ୍ରିରଙ୍ଗା ପତାକା ହାତେ ଧରି ।


(କିନ୍ତୁ) ସମାଜଟା ଶତ୍ରୁ ହେଲେ ମୋର

ଆଶା ହୋଇଯାଏ ଚୁରମାର

ଦୁନିଆରେ ବାସ ବିତରିବା ପାଇଁ

ବଳ ପାଏ ନାହିଁ ଆଦୌ ମୋର ।


ଶିଶୁ ଶ୍ରମିକ ମୁଁ ହୋଇଯାଏ

ଅନେକ ଯାତନା ଏଠି ପାଏ

ଶିଶୁ ଅଧିକାର ଆଇନ ଥାଇ ବି

ଜୀବନରେ କ୍ଳେଶ ଭୋଗୁଥାଏ ।


ସଭିଏ ହୁଅ ହେ ସାବଧାନ

ବୁଝ ଥରେ ତୁମେ ମୋର ମନ

ଭବିଷ୍ୟତେ ନିଶ୍ଚେ ବିକାଶ କରିବି

ମୋତେ ଦିଅ ଥରେ ଟିକେ ଧ୍ୟାନ ।।



Rate this content
Log in

Similar oriya poem from Inspirational