ବାପା
ବାପା
କାନ୍ଧରେ ଯାହାର ପରିବାର ବୋଝ
ହୃଦୟେ ସାଇତା ଅଦୃଶ୍ୟ ପ୍ରେମ ।
ନିଜେ ସହି ଦୁଃଖ ଆମକୁ ମଣିଷ
କରି ଯେ ଗଢନ୍ତି ଜୀବନେ ଆମ ।।
ସମସ୍ୟା ବେଳରେ ଆମ ପାଖେ ରହି
ସମସ୍ୟାକୁ ଯିଏ ଦୂର କରନ୍ତି ।
ପ୍ରତିକୂଳ ପରିସ୍ଥିତିକୁ ସାମନା
କରିବାକୁ ପୁଣି ବଳ ଯୋଗାନ୍ତି।।
ନିଜେ ଭୋକେ ରହି ଆମ ମୁଖେ ଦାନା
ଦେବାପାଇଁ ଯିଏ ବ୍ୟାକୁଳ ହୁଏ ।
ପୁରୁଣା ପୋଷାକ ନିଜେ ପିନ୍ଧି ଯିଏ
ଦାମିକା ପୋଷାକ ଆମକୁ ଦିଏ ।।
ଶରୀରେ ଆମର ଆଘାତ ଲାଗିଲେ
ଯାହାଙ୍କ ହୃଦୟ ଯନ୍ତ୍ରଣା ପାଏ ।
ନିଜ କୋହ ଯିଏ ପ୍ରକାଶ କରେନି
ହସି ହସି ବାର୍ତ୍ତା ଆମକୁ ଦିଏ ।।
କେହି ନୁହେଁ ଆଉ ଅଟନ୍ତି ସେ ବାପା
ହୃଦୟ ତାଙ୍କର ପୂର୍ଣ୍ଣ ପ୍ରେମରେ ।
ବଞ୍ଚିଛନ୍ତି ଆମେ ପାଇ ତାଙ୍କ ଶିକ୍ଷା
ପ୍ରତିକୂଳ ଭରା ଏହି ସଂସାରେ ।।