Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sumanta behera

Romance

3  

sumanta behera

Romance

ଦେଖିଲି ଆଜି ମୋ ପ୍ରିୟକୁ ମୁହିଁ

ଦେଖିଲି ଆଜି ମୋ ପ୍ରିୟକୁ ମୁହିଁ

1 min
126


ବହୁଦିନ ପରେ ସାଗର କୂଳରେ

 ଦେଖିଲି ଆଜି ମୋ ପ୍ରିୟକୁ ମୁହିଁ ।

ଧନ ଧନ କହି ମୋ ଆଡ଼କୁ କାହିଁ

ଧାଇଁ ଆସୁଥିଲା ବ୍ୟାକୁଳ ହୋଇ ।।


ଭାବିଲି ଆଜି ବି ତା'ର ହୃଦୟରେ 

ମୋ ପାଇଁ ବଞ୍ଚିଛି ପ୍ରେମ ଟିକକ ।

ତା' ଆଡ଼କୁ ଗଲି ଅତୀତର ସ୍ମୃତି

ମନେ ମନେ ଭାବି ମୁହିଁ ଅନେକ ।।


ବିପରୀତ ଦିଗୁ ଧକ୍କା ଦେଇ ମୋତେ

ଆଗକୁ ବଢ଼ିଲା ପ୍ରିୟା ମୋହର ।

କହୁଣୀ ମାଡରେ ହେଲି ମୁଁ ଘାଇଲା

ବୁଝିପାରିଲିଣି ତା' ବ୍ୟବହାର ।।


ପଡି ଉଠି ପୁଣି ଧାଇଁ ଯାଇ ସିଏ

କୋଳେଇ ନେଲା ସେ ଏକ ଶିଶୁକୁ ।

ଭିଡ଼ ମଧ୍ୟେ ଯିଏ କଇଁ କଇଁ ହୋଇ

କାନ୍ଦି ଖୋଜୁଥିଲା ତା'ର ମାଆକୁ ।।


ଦେଖି ଏହି ଦୃଶ୍ୟ ହେଲି ମୁଁ ଚକିତ

ଘରକୁ ଫେରିଲି ବିଷାଦେ ମୁହିଁ ।

ଫେରିଲା ସମୟେ କିଣି ମୁଁ ଆଣିଲି

ବାଟରୁ ମଲମ ମୋ କ୍ଷତ ପାଇଁ ।।



Rate this content
Log in

Similar oriya poem from Romance