ପ୍ରଭାତ
ପ୍ରଭାତ
ପ୍ରଭାତ ହୋଇଲେ ଭାସ୍କର ଉଅନ୍ତି
କୁକ୍କୁଟ ଦିଅନ୍ତି ଡାକ
ନିଦରୁ ଲୋକଙ୍କୁ ଉଠାଇ ଦିଅନ୍ତି
ଆନନ୍ଦେ ରାବିଣ କାକ ।
ମନ୍ଦିର ଭିତରୁ ଆସେ ଶଙ୍ଖ ନାଦ
ଘଣ୍ଟ ଧ୍ୱନି ହୁଳହୁଳି
ଭକତେ ଆନନ୍ଦେ ପ୍ରଭୁଙ୍କୁ ପୂଜନ୍ତି
ପ୍ରଦୀପ ମନ୍ଦିରେ ଜାଳି ।
ଚଉରା ମୂଳରେ ଗ୍ରାମବଧୂ ଟିଏ
ମୁଣ୍ଡରେ ଓଢଣା ଦେଇ
ତୁଳସୀ ଦେବୀଙ୍କୁ ଜଳ ଦାନ କରେ
ମନରେ ଆନନ୍ଦ ହୋଇ ।
ହଳ ଲଙ୍ଗଳ କୁ ବଳଦ ସଙ୍ଗରେ
ଧରିଣ କୃଷକ ଭାଇ
କୃଷିକ୍ଷେତ୍ରକୁ ଗମନ କରନ୍ତି
ପ୍ରଭାତେ ହରଷ ହୋଇ ।
ଏହି ସମୟରେ ଡାକ ଛାଡେ ବୋଉ
ଉଠ ଆରେ ଧନ ମୋର
ନିଦ୍ରା ଭଙ୍ଗ କର ପ୍ରଭାତ ଆସିକି
ଅପେକ୍ଷାରେ ଅଛି ତୋ'ର ।
ବୋଉ କଥା ଶୁଣି ନିଦ୍ରା ଭଙ୍ଗକରି
ପ୍ରଭାତ ଦର୍ଶନ କରେ
ଆହାଃ କି ସୁନ୍ଦର ! ସତେ ତା'ର ଶୋଭା
ମନେ ମୋ ଆନନ୍ଦ ଭରେ ।