Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sumanta behera

Inspirational

4  

sumanta behera

Inspirational

ବୃକ୍ଷ ରୋପଣ

ବୃକ୍ଷ ରୋପଣ

2 mins
349


ଆସ ଭାଇ ବନ୍ଧୁ ପ୍ରିୟ ପରିଜନ

   ସାଙ୍ଗ ସାଥି ଗଣ ମୋର

ସ୍ୱହସ୍ତେ ଗୋଟିଏ ଚାରାକୁ ରୋପିଣ

   ଯତ୍ନ ନେବା ଆମେ ତା'ର ।


ଶିଶୁ ପରି ଯଦି ଯତ୍ନ ନେବା ତା'ର

   ହୋଇବ ବଡ ସେ ଦିନେ

ମାନବ ଜାତିକୁ ସାହାଯ୍ୟ କରିବ

   ରଖିଥାଅ ଏହା ମନେ ।


ବୃକ୍ଷ ନାମେ ସିଏ ପରିଚିତ ହେବ

   ବିଶାଳ ରୂପକୁ ନେଇ

ମାନବ ମାନଙ୍କ କ୍ଷୁଧା ନିବାରିବ

    ତାହାରି ଫଳକୁ ଦେଇ ।


ମାଟିକୁ ଜାବୁଡି ଧରି ତା'ର ଚେର

   ରୋକିବ ମୂର୍ତ୍ତିକା କ୍ଷୟ

ଦୂର ବାଟୋଇକୁ ସାହାଯ୍ୟ କରିବ

   ଅନ୍ତରଙ୍ଗ ବନ୍ଧୁ ପ୍ରାୟ ।


ଅମ୍ଳଜାନ ବାଷ୍ପ ଯୋଗାଇଦେବ ସେ

    ଆମରି ପ୍ରଶ୍ୱାସ ପାଇଁ

ପରିବେଶେ ସନ୍ତୁଳନ ସେ ଆଣିବ

   ଅଙ୍ଗରକାମ୍ଳ କୁ ନେଇ ।


ବର୍ଷା ହେବା ପାଇଁ ସହାୟ ହୋଇବ

   ଉତ୍ସ ସେ ଯୋଗାଇଦେଇ

ମାନବେ ଗୃହକୁ ନିର୍ମାଣ କରିବେ

  ତା' ଠାରୁ ସାମଗ୍ରୀ ପାଇ ।


ଔଷଧ ପାଇଁଣ ତା'ର ଚେର ମୂଳ

   ଉତ୍ସର୍ଗୀ ଆମକୁ ଦେବ

ନିରୋଗ ସବଳ ସମାଜ ଗଠନେ

   ବୃକ୍ଷ ହିଁ ସହାୟ ହେବ ।


ସବୁଜ ସୁନ୍ଦର ହେବ ପରିବେଶ

   ରୋପିଲେ ସଭିଏଁ ଚାରା

ବୃକ୍ଷ ହିଁ ଜୀବନ ଅଟଇ ଆମର

   ଚାଲ ଦେବା ଏହି ନାରା ।


Rate this content
Log in

Similar oriya poem from Inspirational