STORYMIRROR

Subham Sahu

Inspirational

3  

Subham Sahu

Inspirational

ଅସ୍ପୃହା

ଅସ୍ପୃହା

1 min
172

ଏ ଜୀବନ ମୋର ବ୍ୟର୍ଥେ ନ ଯାଉ ମା'

       ଆଶରା ତୁମକୁ କରି,

ଚାଲୁଥିବା ସଦା କରୁଣାରେ ତୁମ

       ଏ ଜୀବନ ଯାଉ ସରି |

ଭରି ରହିଅଛି ଜୀବନ ମୋହର

       ଗୁଞ୍ଜରିତ ଅନୁକ୍ଷଣ,

ତୁମ ଭାବନାରେ ମଜ୍ଜି ରହିଥାଉ,

       ସଦା ମନ ଆଉ ପ୍ରାଣ |

ତୁମ ଆଖିରେ ସଂସାର ଦେଖି ମୁଁ

       ତୁମରି ହସରେ ହସ

ତୁମରି କଥା ଯେ ଝଙ୍କୃତ ହେଉ ମା '

      ହୃଦୟ ମଧ୍ୟେ ତା ବାସ |

ତୁମରି କୃପାରେ ଅସାଧ୍ୟ ସାଧନା

       କରିବାକୁ ଆଗଭର,

ସବୁ ଦୁର୍ବଳତା ଭାଙ୍ଗିଦିଅ ମା'

      ଜଡତାକୁ ଅପସର |

ଆସ୍ପୃହାର ବହ୍ନି ଅନ୍ତରରେ ସଦା

       ଜାଳିଦିଅ ଦିବାନିଶି,

ତାହାରି ଆଲୋକେ ଆଲୋକିତ କର

       ଶରୀର ମଧ୍ୟେ ପ୍ରକାଶି |

ମୁଁ ବୋଲି କିଛି ନରହୁ ମାଆଗୋ

       ମୁଁ ହୋଇଯାଅ ତୁମେ,

ତୁମରି କରମେ ମଜ୍ଜାଇ ଦିଅ ମା '

      ଆଗାମୀ ସବୁ ଜନମେ |


Rate this content
Log in

Similar oriya poem from Inspirational