ପ୍ରକୃତିର ସୌନ୍ଦର୍ଯ୍ୟ
ପ୍ରକୃତିର ସୌନ୍ଦର୍ଯ୍ୟ
ମୁଁ ହେଉଛି ତେଜବାନ ଆଦିତ୍ୟ
ମୁଁ ସୌରଜଗତର ମୁଖ୍ୟ
ସଭିଏଁ କହନ୍ତି ମତେ ଆଲୋକମୟ
ସୌରଜଗତରେ ଅଛନ୍ତି ଗ୍ରହ ନକ୍ଷତ୍ର ।
ମୁଁ ହେଉଛି କ୍ଷୀଣ ଚନ୍ଦ୍ରମା
ରାତି ଆକାଶରେ ଦିଶେ
ପିଲାମାନେ ମତେ ଦେଖି ନାଚନ୍ତି
ମାଆ କୋଳେ କୁନି ଝିଅ ହସେ ।
ମୁଁ ହେଉଛି ସୁନ୍ଦର ଫୁଲ
କୋମଳ ଶରୀର ମୋର
ପାଣି, ପବନ ଖାଇ ବଢ଼ଇ
ବାସନରେ ଭାରପୁର ।
ଦିନ ରାତି ମୁଁ ଗର୍ଜନ କରେ
ଲୋକ କହନ୍ତି ସାଗର,
ସବୁ ନଦୀ ମୋ ଦେହେ ମିଶନ୍ତି,
ନାହିଁ ଗରବ ମୋର ।
ମୁଁ ହେଉଛି ଛୋଟ ଗାଡ଼ିଆ
ପାଣି ମୋହର ଥାଏ ଗୋଳିଆ
ମୋ ଭିତରେ ଜଳଚର ପ୍ରାଣୀ
ରହନ୍ତି ସେଠି ଭଳି ଭଳିଆ ।
