STORYMIRROR

Subham Sahu

Tragedy Others

3  

Subham Sahu

Tragedy Others

ସନ୍ଧ୍ୟା

ସନ୍ଧ୍ୟା

1 min
267

ଦିବସର ଅନ୍ତ କରିଣ ଧରଣୀ

   ଶୁଭରାମ୍ଭେ ନିଶିଥିନି,

କାକଳି ଗୃହକୁ ପ୍ରତିଆଗମନି 

    ଆଗମନଇ ରଜନୀ ।।


ସଂଧ୍ୟାର ମହକ ଚିନ୍ତଇ ଭାବୁକ

    ମନକୁ କରି ଉଲ୍ଲାସ,

ରବି ବାହୁଡ଼ନ୍ତି ଲୀଳାକୁ ସାରିଣ

     ଚିତ୍ତକୁ କରି ହରସ।।


ନବବଧୂ ନିତ୍ୟ କାର୍ଯ୍ୟକୁ ସାରିଣ

    ସଅଳ ଗୃହକୁ ଚଳେ,

ଚଅରା ମୂଳରେ ଶୁଭ ମନାସିଣ

     ମଙ୍ଗଳ ପ୍ରଦୀପ ଜାଳେ ।।


ଗାଈଗୋରୁ ପଲ ପଡିଆରେ ଚରି

     ନିଜ ଗୁହାଳକୁ ଫେରେ

କୃଷକ ଭାଇଟି ପରିଶ୍ରମ ସାରି

     ବିଶ୍ରାମେ ଆଦର କରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy