STORYMIRROR

Subham Sahu

Others

3  

Subham Sahu

Others

ରଜ

ରଜ

1 min
167

ରଜ ଦୋଳି ଝୁଲିଲାଣି

   ସଜବାଜ ହେଲେ ମାଆ ଭଉଣୀ

ବଉଳ ଲୋ......


ବରଷକୁ ଥରେ ଆସଇ ରଜ

   କୁଆଁରୀ ମୁହଁରେ ନଥାଏ ଲାଜ

ବଉଳ ଲୋ......


ପୋଡପିଠାକୁ ଚକୁଳି

    ଖାଇଣ ଖେଳନ୍ତି ସଭିଏଁ ଦୋଳି

ବଉଳ ଲୋ........


ମନଟି ସଭିଙ୍କ ଥାଏ ହରସ

    ଖିଲିପାନ ସାଙ୍ଗେ ସୁନ୍ଦର ହସ

ବଉଳ ଲୋ.......


ପିଲା ସାଙ୍ଗସାଥି ସାଙ୍ଗରେ ମିଳି

     ଭୋଜି ସାଙ୍ଗେ ହୁଏ ଛେନା ଚକୁଳି

ବଉଳ ଲୋ.......


ବଡବଡ଼ିଆଙ୍କ ତାଆସ ଖେଳ

     ପାଲି ସାଙ୍ଗେ ପୁଣି ଲୁଡୁର ମେଳ

ବଉଳ ଲୋ.......


ବିବାହିତା ନାରୀ ଘରେ ବସିଣ

     ପିଠା କରୁଥାଏ ଘଡି ଘଡିଣ

ବଉଳ ଲୋ........


ଚିକେନ ସାଙ୍ଗକୁ ମଟନ ଝୋଳ

     ଖାଇକେ କରଇ ମଦ ର ଖେଳ

ବଉଳ ଲୋ.....


ଧନ୍ୟ ଏ ସଂସ୍କୃତି ଧନ୍ୟ ମହିମା

     କହିଲେ ନସରେ ଗୁଣ ଗାରିମା

ବଉଳ ଲୋ......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍