ପ୍ରାକୃତିକ ସୌନ୍ଦର୍ଯ୍ୟ
ପ୍ରାକୃତିକ ସୌନ୍ଦର୍ଯ୍ୟ
1 min
338
ଏ ବିଶ୍ୱ ଅଟଇ ପ୍ରକୃତିରେ ଭରା
ତାକୁ କିଏ ଅବା ପାଶୋରିବ ପରା l
ଏ ମାଟିରେ ଭରି ଅଛି ଶୋଭା ଭରା
ତାକୁ ଦେଖି ମନ ହୁଏ ମନୋହରା l
ନିର୍ମଳ ତାହାରି ଆକାଶ ତାରା
କାହାରି ହାତରେ ନ ଦିଏ ଧରା l
ସୁନ୍ଦର ତାହାର ଅଟେ ଗିରି ବନ
ଦେଖିବାକୁ ମନ ହୁଏ ଉଚ୍ଛନ୍ନ
ଏ ମାଟିରେ ମୁକୁତା ଫଳେ
ଆମରି ହସରେ ଲହରି ଖେଳେ l
ଏ ବକ୍ଷରେ ବହିଥାଏ ଝରଣା
କାହାକୁ ନକରେ ସେ ପ୍ରତାରଣା l
କୋଟି ଜନ କୁ ସେ ଦିଏ ଆହାର
କାହାକୁ ନ କରେ କେବେ ବାହାର
ଅସୀମ ସମ୍ବଳ ଭରା
ସଭିଙ୍କୁ ଦିଅଇ ପରା l
ଅମୃତମୟ ଏ ସାରା ସଂସାର
କାହାକୁ ନକରେ ସେ ଅହଂକାର l
ଏ ଅକ୍ଷରେ କଲି ଆରମ୍ଭ
ଏ ଅକ୍ଷରେ କଲି ଶେଷ
ଅମୃତ ଚକ୍ଷୁରେ ଦେଖି ଏହାକୁ
ଅନେକ କଥାକୁ ଶିଖ l
