STORYMIRROR

Subham Sahu

Fantasy

3  

Subham Sahu

Fantasy

ସୌନ୍ଦର୍ଯ୍ୟମୟୀ ଚିଲିକା

ସୌନ୍ଦର୍ଯ୍ୟମୟୀ ଚିଲିକା

1 min
161

ଚିଲିକା ହେଉଛି ଏକ ପକ୍ଷୀ ବିହାର

     ଅପରୂପ ସୌନ୍ଦର୍ଯ୍ୟର ଗନ୍ତାଘର |

ଶୀତଋତୁରେ ଅନେକ ପକ୍ଷୀ

      ସୁଦୂର ସାଇବେରିଆରୁ ଧାଇଁ ଆସନ୍ତି |

ନଳବଣ ହେଉଛି ତାଙ୍କ ବାସ ବିହାର

     ସେଠାରେ ପକ୍ଷୀମାନେ କରନ୍ତି ଘର |

ଚିଲିକାରେ ଅଛି କାଳିଜାଇ ମନ୍ଦିର

     ପ୍ରତିଦିନ ଭକତଙ୍କ ଲାଗେରେ ଭିଡ |

ମନ୍ଦିରରେ ବିଜେ ମା 'କାଳିଜାଇ

      ଚନ୍ଦନ ଯାତ୍ରାବେଳେ ପସରା ପଡଇ |

ଚିଲିକା ଅଟଇ ଏକ ପର୍ଯ୍ୟଟନ ସ୍ଥଳ

     ପର୍ଯ୍ୟଟକ ଆସନ୍ତି ମାଳକୁ ମାଳ |

ମତ୍ସ୍ୟଜୀବୀମାନେ ମତ୍ସ୍ୟ ଧରିବା ପାଇଁ

      ଚିଲିକା ବକ୍ଷରେ ଦିଅନ୍ତି ଜାଲ ପକାଇ |

ଚିଲିକାରେ ଦିଶେ ନାନା ମାଛ କଙ୍କଡା

       ଖାଇବାକୁ ଲାଗେ ଭାରି ବଢିଆ |

ବ୍ରହ୍ମପୁତ୍ର ଡଲଫିନ ସେଠାରେ ବାସ କରନ୍ତି

       ତାଙ୍କୁ ଦେଖିବାକୁ ପର୍ଯ୍ୟଟକ ଧାଇଁ ଆସନ୍ତି |

ଚିଲିକା ସନ୍ଧ୍ୟା ଦୃଶ୍ୟ ଅତି ମନୋହର

        ଦେଖିବା ଲୋକ ଦେଖନ୍ତି ଥରକୁ ଥର | 


Rate this content
Log in

Similar oriya poem from Fantasy