STORYMIRROR

Subham Sahu

Fantasy

4  

Subham Sahu

Fantasy

ସକାଳ

ସକାଳ

1 min
385

ରାତି ପାହିଲେ ସକାଳ ହୁଏ

ସକାଳ ହେଲେ ସୁରୁଜ ଉଏଁ |


ଖୋଲା ଆକାଶରେ କାଉ ରାବଇ

ରାବି ରାବି ନିଜ ଖାଦ୍ୟ ଖୋଜଇ |


ସକାଳେ ହେଲେ ଫୁଲଟି ଫୁଟେ

ପାହାଡ କୋଳେ ଝରଣା ଛୁଟେ |


ମନୋରମ ଭରା ଦୃଶ୍ୟରେ

ପ୍ରକୃତିର ଏହି ଶୋଭାରେ |


ସୁରୁଜ ଟିକେ ଦେଲେରେ ହସି

ପକ୍ଷୀଟି ଡେଣା ହଲାଏ ବସି |


ଚାଲରେ ଯିବା ଇସ୍କୁଲ ଭାଇ

ଆମର ଆଉ ବିରତି ନାହିଁ |


ମିଠା ମିଠା ଫୁଲର ହସରେ

ଗୁଣୁ ଗୁଣୁ ହୋଇ ଗାଏରେ |


ଗାଏ ଭ୍ରମର ଫୁଲ ରେ ଥାଇ

ଆଶ୍ୱାସନାକୁ ଦିଏ ବିଛେଇ |


ଅନ୍ଧକାରକୁ ଦେଇ ଦୂରେଇ

ପ୍ରତୀକ୍ଷା ଆମ ଆଲୋକ ପାଇଁ |


ସେହି ଆଲୋକେ ଆଗେ ଚଳିବୁ

ଦେଶକୁ ଆମ ଆଗେଇ ନେବୁ |


Rate this content
Log in

Similar oriya poem from Fantasy