କାନନ ରୋଦନ
କାନନ ରୋଦନ
ହେ କାନନ! ତୁମେ ଆଉ ଜମା କାନ୍ଦନା
ସହି ନପାରି ତୁମ ଅଙ୍ଗଛେଦ ବେଦନା l
କୋଟି କୋଟି ବର୍ଷ ଧରି କଲ ଜନସେବା
ଫଳମୂଳ କାଠ ଲାଖଝୁଣା ଦେଇ ସବୁ ଅବା l
ଧରିତ୍ରୀ ମାତାର ତୁମେ ସଦା ପୃଷ୍ଟ ପୋଷକ
ତୁମ ଗୁଣେ ସର୍ବଦା ସେ ହୁଅଇ ତ ସୁରଚକ l
ବର୍ଷାଦେଇ ବସୁ ମାତାଙ୍କୁ ଜରିଛ ଶସ୍ୟ ଶ୍ୟାମଳା
ସେହି ଶସ୍ୟ ଆହାରେ ପାଳିତ ଜୀବଜଗତ ସାରା l
ହେ ଶାନ୍ତି ପ୍ରଦାୟିନୀ କାନନ ମୁନିମନ ହାରିଣୀ
ସଦା କର ସଂସାର ମଙ୍ଗଳ କେବେ ହାର ନମାନି l
ତୁମ କୋଳେ କେତେ ସନ୍ତାନ ଡାକନ୍ତି କାନ୍ଦି ମା ମା ମା
ବଞ୍ଚାଅ ଆମକୁ ନର ପିଶାଚ କବଳୁ ନଡରି ହେଳା ଜମା l
ନିର୍ମମ ସଂହାର କରି ଚାଲିଛନ୍ତି ଆଜିର ଧଳା ନର ପିଶାଚ
କୁଳ ବୁଡ଼ି ଯିବ ଅଚିରେ ଆମର ନାହିଁ କେହି ରକ୍ଷା କବଚ l
ପିଆଶାଳ ଶାଳ ଶାଗୁଆନ କରନ୍ତି ସଦା ଆର୍ତ୍ତ ନାଦ
ହଣା ଖାଇ ଦରମରା ହୋଇ ଗଡ଼ୁଛନ୍ତି ନାହିଁ ନିନାଦ l
ଆଧୁନିକ ମଣିଷ ବଡ଼ ସ୍ୱାର୍ଥ ବାଦୀ ହୀନ ସତ ବୁଦ୍ଧି
ଧନ ଲୋଭ କରିଛି ଗ୍ରାସ ତାଙ୍କୁ ମୁଣ୍ଡେ ଭରି କୁବୁଦ୍ଧି l
ତୁମ ପାହାଡ଼ ଶିଖରେ କଳା ବାରିଦ ନପାଏ ଜାଗା
ଢାଳିବାକୁ ବର୍ଷା ରେଣୁ ବସୁମାତା ଦେହେ ଅଭାଗା l
ତୁମ ଦେହକୁ କରି ଚାଲିଛନ୍ତି ଟୁକୁରା ଟୁକୁରା ଆଜି
ବେପାର ଲୋଭେ ରହଣି ଶାନସ ଉକତେ ବଡ଼ ପାଜି l
ବସୁମତୀ ମୁଁ ଜୀବ ଉଦ୍ଭିଦର ମାତା ମୁଁ ଦୁଃଖିତ ଆଜି
ତୁମ କାନ୍ଦଣା ସହିପାରୁନି ମୋଟେ ସମ୍ପୁଛି ରାଗେ ସିଝି l
ଗଛଗଣ୍ଡି କଟା ନର ପିଶାଚ ଚିତାକଟା ଭରିଚାଲୁଚି
ନିଜ ବଟୁଆ ଲୁଚି ଛପି ବିକି ତୁମ ଧନମଣିଙ୍କୁ ବାଛି l
ତୁମ ହାତୀ ପୁଅ ଝିଅ ମରନ୍ତି ଡହଳ ବିକଳେ ଏଠି
ନରପିଶାଚଙ୍କ ଗୁଳି ଚୋଟେ ଦେଖାନ୍ତି ରକତ ପିଠି l
ଏକ ବିଂଶ ଶତାବ୍ଦୀର ଶିକ୍ଷିତ ବାପୁଡ଼ା ଦେଶାଙ୍ଗାର
ନଚିହ୍ନି ମଣିଷ ଚିହ୍ନନ୍ତି ଟଙ୍କା ଉପାଧି ଧରି ବ୍ୟଭିଚାର l
ସରଗ ଈଶ୍ବର ଶୁଣିଛନ୍ତି ଏବେ ତୁମ ବିକଳ ପ୍ରାର୍ଥନା
ପଠେଇଲେଣି ତୁମ କୋଳକୁ ନରଦେବତା ସୁମନା l
ଗଛ ଜୀବକଟା ନରପିଶାଚ ବାପୁଡ଼ା ଏବେ ହେବେ ଜବତ
ଆଉ ମୋଟେ କାନ୍ଦନା ହେ କାନନ ବାଳା ହୁଅହେ ନିଶ୍ଚିନ୍ତ l
ବସୁମାତା ମୁହିଁ ସଂସାର ଜନନୀ ତୁମଠାରେ ମୋର ଅଳି
ରଖ ଟିକେ ମୋ ଗିର ଧୈର୍ଯ୍ୟ ଟିକେ ଧର ତୁଟିବ ସବୁ କଳି l
ସତ୍ୟର ମହିମା ଆସୁଛି ବାହୁ ପ୍ରସାରି ବାଜ ପକ୍ଷୀ ପରି
ଝାମ୍ପି ନେଇ ଉଡ଼ିଯିବ ପଞ୍ଝାମୁନେ ଧରି ପିଶାଚଙ୍କୁ ସାପଜରି l
ହେ କାନନ ତୁମେ ଆଉ ଜମା କାନ୍ଦନା ରାଣ ମୋ ଘେନ
ବସୁମାତା ଦେବୀ ଅଟଇ ମୁହିଁ କରୁଛି ତୁମକୁ ଶତକଲ୍ୟାଣ l
