STORYMIRROR

Barsha rani Nanda

Classics Fantasy Inspirational

3  

Barsha rani Nanda

Classics Fantasy Inspirational

ହଁ ସିଏ ବି ଜଣେ ନାରୀ

ହଁ ସିଏ ବି ଜଣେ ନାରୀ

2 mins
831


ନାରୀ

କିଏ କହେ ତାକୁ ମମତାମୟୀ

କିଏ କହେ ମାୟାବିନୀ

କିଏ କହେ ପ୍ରୀତିର ଫାଲ୍ଗୁନି

କିଏ କହେ ଛଳନାମୟୀ ।


ନାରୀ

କିଏ କହେ ତାକୁ କପଟିନି

କିଏ କହେ ଅବଳା ଦୁର୍ବଳା

କିଏ କହେ ସରଳ

କିଏ ତାକୁ କହେ ଆମ ପାଇଁ କରେ ସିଏ ତ୍ୟାଗ

ଭଗବାନ ଙ୍କର ସିଏ ଜୀବନ୍ତ ପ୍ରତିମା।


ହଁ ସିଏ ନାରୀ

ତା ଠାରେ ଥାଏ ଅନେକ ଗୁଣ

ଏ ଯେମିତି ପରନିନ୍ଦା ପରଚର୍ଚା କରିବାରେ

ଅନେକ ନାରୀ ହୁଅନ୍ତି ଆଗଭର ।


ହଁ ସିଏ ବି ନାରୀ

ଯିଏ ଏ ଘର ମାଉସୀ ସେ ଘର ପିଉସୀ ହୋଇ

ଶାଶୁବୋହୂ କୁ ଲଗାଏ କଳି

ସିଏ ବି ଜଣେ ନାରୀ

ଯିଏ ପ୍ରେମ ଫାସରେ ନୀରିହ ପୁଅଙ୍କୁ

ପକାଏ ବଳି ।


ସିଏ ବି ଜଣେ ନାରୀ

ସ୍ୱାମୀଙ୍କୁ ଦେଇ କର୍ଣ୍ଣ ମନ୍ତ୍ରଣା

ଶାଶୁ ଶ୍ଵଶୁରଙ୍କୁ ଅନାଥ ଆଶ୍ରମେ ଦିଅଇ ଛାଡି।


ସିଏ ବି ଜଣେ ନାରୀ

ବାପା ମା ଙ୍କୁ ଲୁଚିକରି ବୟଫ୍ରେଣ୍ଡ୍ ସାଙ୍ଗେ

ଯାଏ ପଳେଇ ।


ସିଏ ବି ନାରୀ

ସନ୍ତାନ କୁ ଜନ୍ମଦିଏ

ମୃତ୍ୟୁ ଶଯ୍ୟାରେ ଶୋଇ ।


ସିଏ ବି ଜଣେ ନାରୀ

ଭାଇର ଦୁଃଖ ଦେଖି

ଯିଏ ପାରେନି ସହି

ବାପାଙ୍କ ପାଖରେ କରେ ସେ ଅଳି ।


ସେ ଝିଅ ବି ଜଣେ ନାରୀ

ଚୁଲି ମୁଣ୍ଡ ଠାରୁ ଦେଶର ସୀମା ଜଗିବା ଯାଏଁ

ପ୍ରତିଟି କାମ କରିବାରେ ଯିଏ ସଦାସର୍ବଦା ତତ୍ପର

ଲୁଗା ସଫା ଠାରୁ ଅଫିସ୍ କାମ ଯାଏଁ

ସବୁ କାମରେ ସେ ଆଗଭର ।


ନାରୀ ଶଦ୍ଦଟି ମହାନ

ସମସ୍ତେ କେବେ ନୁହନ୍ତି ସମାନ

କେଉଁ ନାରୀ ଭଗବାନ ଙ୍କ ଜୀବନ୍ତ ପ୍ରତୀକ

କେଉଁ ନାରୀ ସମାଜ କୁ କରିଦିଏ ବିଷ

ହଁ ସେଇ ନାରୀଙ୍କୁ ଅଶେଷ ଧନ୍ୟବାଦ

ଯେଉଁ ମାନଙ୍କ ବିନା

ଆମ ଜୀବନ ନୁହେଁ ସମ୍ପୂର୍ଣ୍ଣ

ଯେଉଁ ମାନଙ୍କ ପାଇଁ ଆମ

ନୀତିଦିନିଆ ଜୀବନ ଅସମ୍ପୂର୍ଣ୍ଣ।


ସେହି ନାରୀ ମାନେ ହିଁ ଭଗବାନ ଙ୍କର ପ୍ରତିରୂପ

ଯେଉଁ ମାନଙ୍କ ଠାରେ ଭରିଥାଏ

ଦୟା,କ୍ଷମା,ତ୍ୟାଗ,ଧର୍ଯ୍ୟ, ସହନଶୀଳତା

ଲାଜ, ସଂସ୍କୃତି,ସଂସ୍କାର,ସରଳତା।


ଝିଅ ହୋଇ ସାଜେ ଘରର ସମ୍ମାନ

ମା ରୂପେ ସନ୍ତାନ ଉପରେ ଢାଙ୍କି ଦିଏ ସେ

ସ୍ନେହବୋଳା ମାତୃତ୍ବର ପଣତ

ଭଉଣୀ ସାଜି ଭାଇ ହାତେ ବାନ୍ଧି ଦିଏ

ମମତାର ଡୋରି

ସ୍ତ୍ରୀ ରୂପେ ସ୍ବାମୀ ପାଇଁ

ଦିଏ ନିଜ ଜୀବନକୁ ଉତ୍ସର୍ଗ କରି

ଅସହ୍ୟ ବେଦନା ସହି ସନ୍ତାନ କୁ ଦେଖାଏ

ଦୁନିଆର ଆଲୋକ

ଛୁଆଙ୍କ ସ୍ବପ୍ନକୁ ସାକାର କରେ ଯେ

ନିଜ ସ୍ବପ୍ନକୁ ଭୁଲି

ହଁ ସିଏ ଜଣେ ନାରୀ

ତା ବଦଳରେ ସେ ଚାହେଁନି କିଛି

ସେ ଚାହେଁ ଆପଣା ଲୋକଙ୍କ ସାହାଯ୍ୟ

ଟିକିଏ ସ୍ନେହ ଓ ସମ୍ମାନ।


କେଉଁ ନାରୀ ପାଲଟି ଯାଏ

ନାରୀ ଜାତି ପାଇଁ କଳଙ୍କିତ

କିଏ ପୁଣି ରଖେ ନାରୀ ଜାତିର ନାଁ

ସେ ଶିଖିବ,ଶିଖେଇବ

ସେ ଆକାଶେ ଉଡିବ,ପାଣିରେ ବୁଡିବ

ସୀମା ଜଗିବ,ନିଜ ନିର୍ଦ୍ଦେଶନାରେ ସବୁକିଛି ଚଳେଇବ

ସେ ସାଜିବ ଦେଶର ଗର୍ବ ଓ ସ୍ବାଭିମାନ

ହଁ ସିଏ ନାରୀ ,ସେ ମହାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics