STORYMIRROR

Barsha rani Nanda

Fantasy Inspirational Others

3  

Barsha rani Nanda

Fantasy Inspirational Others

ହଁ ଅନୁଭବ କରିବି

ହଁ ଅନୁଭବ କରିବି

3 mins
110

ତୁମକୁ ପାଖରେ ନପାଇଲେ ବି ଅନୁଭବ କରି ଖୁସି ହେବି କୁହ ପାରିବ ମତେ ମନା କରି 

ଛାଡି ଚାଲିଯିବ ନା ହଁ ଯାଅ ଗୋଟିଏ ସର୍ତ୍ତରେ କେବେ କହି ପାରିବନି ଭୁଲିଯାଅ ବୋଲି ।


ହଁ ବେଶ୍ ଭଲରେ ଅନୁଭବ କରିପାରିବି

ଏଥିରେ ସନ୍ଦେହ ନାହିଁ

ଦେଖା ହେଇନି କିନ୍ତୁ, ତୁମ ଭଲପାଇବାକୁ

ଅନୁଭବ ତ କରି ପାରିଛି ।


ଅଳେଇଚ ପକା ଗରମ ଚାହା ଫୁଙ୍କି ଫୁଙ୍କି ପିଇବା ବେଳେ ଅନୁଭବ କରି ପାରିବି ମୁଁ ତୁମକୁ ଅଳେଇଚ ବାସ୍ନାରେ।

ବର୍ଷା ଅଜାଡୁ ଥିବା ସମୟରେ ଝରକାର ଫାଙ୍କରେ ଅନୁଭବ କରିବି ତୁମକୁ ଓଳିରୁ ବୋହି ଯାଉଥିବା ଥଣ୍ଡା ପାଣିରେ।


ଅସହ୍ୟ ଗରମରେ ଜଳୁଥିବା ବେଳେ ବି ବେଶ୍ ଅନୁଭବ କରି ପାରିବି ତୁମକୁ ଛାତ ଉପରେ ଆସୁଥିବା ସୁଲୁସୁଲିଆ ପବନରେ।

ଗୋଟିଏ ଦୃଷ୍ଟିରେ ମୋବାଇଲ୍ କୁ ଚାହିଁ ରହିଥିବା ବେଳେ ତୁମକୁ ଅନୁଭବ କରିପାରିବି ଦୁଇଟୋପା ଲୁହରେ ମୋବାଇଲ୍ ସ୍କ୍ରିନ୍ ରେ।

ଡାଏରୀରେ ଲେଖୁଥିବା ବେଳେ ଅନୁଭବ କରିପାରିବି ତୁମକୁ କଲମର ଗାରରେ

ବାହାରକୁ ବାହାରି ଅନୁଭବ କରି ପାରିବି ତୁମର ସେହି ସ୍ବରକୁ ପ୍ରିନ୍ସି ଦେଖିକି ଯିବୁ ।


ଅନୁଭବ କରି ପାରିବି ଖାଇବା ଥାଳି ପାଖରେ ,ଗିଳି ନଦେଇ ଧୀରେ ଧୀରେ ଖା ସବୁ ଜିନିଷ ସାରିକି ଉଠିବା ପାଇଁ ଚେଷ୍ଟା କର।

ଅନୁଭବ କରିବି ସେଇ ରାଗ ସ୍ବରକୁ ଥଣ୍ଡା ପାଣି ଗ୍ଲାସ୍ ଧରିଥିବା ବେଳେ , ପାଣି ପିଇବା ମନେ ପଡୁନି ବୋଧେ ତୋର, ଏତେ ଦାୟିତ୍ଵହୀନ ହେଲେ କ'ଣ ଚଳିବ।

ମୋବାଇଲ ଦେଖୁଦେଖୁ ରାତି ବାରଟା ଯେତେବେଳେ ଅତିକ୍ରମ କରିଯିବ ଅନୁଭବ କରିବି ତୁମର ସେଇ ଟେକ୍ସଟ୍ ,ଏତେ ରାତି ହେଲାଣି କ'ଣ ନିଦ ଆସୁନି, ସବୁବେଳେ କ'ଣ ମୋବାଇଲ, ସବୁବେଳେ ଅନ୍ ଲାଇନ୍ ନରହିଲେ ତୋର ଚଳୁନି ନା ଅଣନିଃଶ୍ବାସୀ ଲାଗୁଛି ମୋବାଇଲ୍ ନ ଧରିଲେ ।


ଅନୁଭବ କରିପାରିବି ଶୀତ ସକାଳର ସେଇ ଟୋପା ଟୋପା କାକରରେ, ହଁ ପୁଣି ସେଇ ଚିଡ଼େଇବା ଭଳି କଥା.. ଶୀତ ଲାଗୁଛି ନା ବହୁତ... ଚାହା ପିଇଲୁଣି , ନା ନା ଚାହା ପିଇବୁନି , ଛିଃ ମତେ ଚାହା ଜମା ପସନ୍ଦ ନୁହେଁ,ତତେ କେମିତି ଭଲଲାଗେ କେଜାଣି।


ଅନୁଭବ କରିବି ପୁଣି ସେଇ କର୍ତ୍ତବ୍ୟ ତୁଲେଇବା ପାଇଁ କରିଥିବା ମେସେଜ୍ କୁ ,ଦେହ ଭଲ ନଥିଲା ତୋର , ଏବେ ଭଲ ଲାଗୁଛି, ମେଡ଼ିସିନ୍ ଖାଇଲୁ,ଗରମ ପାଣି ପିଇଲୁ, ମୋବାଇଲ୍ ଧରିକି ଶୋଉଛୁ ନା ଅଫ୍ କରିକି ଶୋଉଛୁ,ନଶୋଇଲେ ଦେହଟା କିନ୍ତୁ,ଅଧିକା ଖରାପ ହେବ .. ହଁ ବେଶ୍ ଅନୁଭବ କରିପାରିବି ମେଡ଼ିସିନ୍ ଖାଇବା ବେଳେ।


ହଁ ଅନୁଭବ କରିପାରିବି ଲେଖାର ପ୍ରତିଟି ଶଦ୍ଦ ଓ ଅକ୍ଷରରେ,ଲେଖକ ମାନେ ଜଣେ ଜଣେ ପାଗଳ ବୋଲି ମୁଁ ଶୁଣିଥିଲି , ହେଲେ ଆଜି ପୂରା ଭଲ ଭାବରେ ଡାଉଟ୍ କ୍ଲିୟର୍ ହେଇଗଲା ମୋର ହଁ ଅନୁଭବ କେମିତି ନକରିବି ଏମିତି ବକବାସ୍ କଥା ଶୁଣିଲେ।


ଅନୁଭବ କରିବି ହସିବା ବେଳେ,ଆହା କ'ଣ ଦେଖିଲା ଆଜି ଆଖି , କିଛି ତ ଗୋଟେ ଖାସ୍ କାରଣ ଅଛି ନହେଲେ ଏମିତି ହସ କେବେ ଦେଖିବାକୁ ମିଳେ.. ହଁ ଅନୁଭବ କରିପାରିବି ହସର ପ୍ରତିଟି କାରଣରେ।


ହଁ ଅନୁଭବ କରିପାରିବି ତୁମକୁ କବିତା ମାଳା ଭିତରେ...ଆଛା କହିଲୁ ତୁ କେବେ ଭଲପାଇଛୁ, ତୋର ତ ହୃଦୟ ବୋଲି କିଛି ନାହିଁ, କେତେବେଳେ ଭଲପାଇବୁ ଯେ .. ହଁ ଅନୁଭବ କରିପାରିବି ତୁମକୁ‌ ପ୍ରତିଟି ପ୍ରେମ କବିତାରେ ।


ଅନୁଭବ କରି ପାରିବି ମୋର ସ୍ମାଇଲି ଫଟୋ ଭିତରେ... ହସିବାକୁ କ'ଣ କେବେ ପଇସା ଲାଗେ ..କେହି ହସର କାରଣ ‌ହୁଅନ୍ତିନି ,ନିଜକୁ ନିଜେ ଖୁସି ରଖି ହସିବାକୁ ପଡେ , ହଁ ଫିଲ୍ କରିବି ତୁମକୁ ସ୍ମାଇଲ୍ କରି ଫଟୋ ଉଠେଇବା ସମୟରେ।


ଶୁଣ୍ ତୁ ଦୁଃଖ କାହିଁକି କରୁ , ଯେଉଁଟା ଆମେ ଜୀବନରେ ପାଇ ପାରିବାନି ତାକୁ ମନେ ପକେଇ ମନଦୁଃଖ କରିବା କଥା ନୁହେଁ,ଛାଡ୍ ସବୁବେଳେ ଦୁଃଖ କଲେ ଭଲ ନୁହେଁ। ହଁ ମନେ ପକେଇବି ତୁମକୁ ଦୁ୍ଃଖର ପ୍ରତିଟି ସୋପାନରେ ।


ଅନୁଭବ କରିବି ସକାଳର ସେଇ ସୂର୍ଯ୍ୟ କିରଣ ସହିତ ତୁମର ଗୁଡ୍ ମର୍ଣ୍ଣି ମେସେଜ କୁ ,ଉଠିଲୁନି,ଖାଇଲୁଣି ଏସବୁ ଭିତରେ ଖୋଜି ଚାଲିବି ତୁମ ଦାୟିତ୍ୱବୋଧକୁ ।

ଅନୁଭବ କରିବି ଟାଇପିଙ୍ଗ୍ ବୋର୍ଡ ରେ , ଆଛା ତୋର କ'ଣ ଆଜି ମନେ ନାହିଁ ,ମେସେଜ୍ କାହିଁକି କରିନୁ ଶୁଣେ ,ଶୁଣ୍ ଯିଏ ଯେତେ ଯତ୍ନବାନ୍ ସମସ୍ତଙ୍କ ପ୍ରତି, ତା' ପାଇଁ ମଧ୍ୟ ସମସ୍ତେ ଯତ୍ନବାନ ହୁଅନ୍ତି, ହଁ ଏସୁବୁର କଥାକୁ ନିଶ୍ଚୟ ମୁଁ ଅନୁଭବ କରିବି।


ହଁ ଆହୁରି ବି ଅନୁଭବ କରିବି ଫୁଲେଇ, କାନ୍ଦୁରି, ମିଛେଇ, ପ୍ରିନ୍ସି ଅନେକ ନାଁ କୁ ମନେପକେଇ..... କେତେବେଳେ ରାଗ, ଅଭିମାନ, ଯତ୍ନବାନ ଓ ଗଭୀର ପ୍ରେମ ଭିତରେ ସବୁବେଳେ ଅନୁଭବ କରିପାରିବି ତୁମକୁ।



Rate this content
Log in

Similar oriya poem from Fantasy