STORYMIRROR

Barsha rani Nanda

Others

3  

Barsha rani Nanda

Others

ଅକୁହା କଥା

ଅକୁହା କଥା

1 min
136

ସମ୍ପର୍କ ନିଭଉ ନିଭଉ କେବେ ଯଦି ହଜିଯିବି ଲୋକଙ୍କ ଭିଡ଼ରେ... 

ତାହେଲେ ଲୋକଙ୍କ ଗହଳିରୁ ଖୋଜି ନେବ ମତେ... 

ଏତିକି ବିଶ୍ଵାସ ରଖିବ ଯେ ମୁଁ ବଦଳି ନଥିବି କେବେ ।


କେବେ ଯଦି ଆଖିରୁ ଲୁହ ଗଡେଇବି, 

ଠିକରେ ସମ୍ଭାଳି ନେବ ମତେ...

ବାହୁରେ ଜାବୁଡ଼ି ଧରି ବୁଝେଇବ..

ରାଣ ନିୟମ ପକେଇ ଆଖିର ଲୁହକୁ ଅଟକେଇ ଦେବ, 

ହାତରେ ହାତ ରଖି କାନ୍ଦିବା ପାଇଁ ମନା ବୋଲି 

ମୋ ଉପରେ ରୋକ୍ ଲଗେଇବ..

ହସିଦେଇ ନିଜକୁ ନିୟନ୍ତ୍ରଣରେ ରଖିବି 

ଆଉ କାନ୍ଦିବିନି କେବେ।


କେବେ ଯଦି ଅଜାଣତରେ ଭୁଲ୍ କରିଦେବି... 

କ୍ଷମା କରିଦେବ,

ମନେଇବା ପାଇଁ ଚେଷ୍ଟା କରିବ କିନ୍ତୁ, 

ମତେ ଭୁଲ୍ ବୁଝି ହାତଛାଡି ଦେବା କଥା 

ସ୍ୱପ୍ନରେ ଭାବିବନି କେବେ।


ଯଦି କେବେ ରାଗରେ କେବେ କିଛି କଟୁ କଥା କହିଦେବି.. 

ତୁମେ ବି କିଛି କଥା କହିଦେବ ମତେ... 

ମୁଁ ସହିଯିବି ଚୁପ୍ ହୋଇ କିନ୍ତୁ, 

ମନଦୁଃଖରେ ମୁହଁ ବୁଲେଇ ଚାଲିଯିବନି...

ତୁମର ଏ ଅନୁପସ୍ଥିତିକୁ ସହିପାରିବିନି କେବେ।

ତୁମର ନୀରବତା ଟିକିଏ ବେଶି ଅସ୍ଥିର କରିଦିଏ ମତେ... 

ସେଥିପାଇଁ ତ ତୁମକୁ ଏଡେଇ ଦେବା ମୋ ପକ୍ଷେ ସମ୍ଭବ ନୁହେଁ...

ତୁମେ ଏତିକି ଜାଣିରଖ 

ମୋ ହାତ ଛାଡିଦେଇ ଚାଲିଯିବା 

ତୁମ ପାଇଁ ବି କିଛି ସହଜ ନୁହେଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍