STORYMIRROR

Barsha rani Nanda

Romance Classics Fantasy

4  

Barsha rani Nanda

Romance Classics Fantasy

ପ୍ରେମ କି ପାଇବା ସହଜ କଥା

ପ୍ରେମ କି ପାଇବା ସହଜ କଥା

1 min
407

ସେ ପଚାରିଲେ କ'ଣ ହୋଇପାରେ ପ୍ରେମର ମାନେ

ମୁଁ କହିଲି ଜଣକ ପ୍ରତି ଅହେତୁକ ଦୁର୍ବଳତା

ସେ କହିଲେ ଆଚ୍ଛା ଦୁର୍ବଳତା ର ମାନେ

ମୁଁ କହିଲି ତା' ପ୍ରତି ଯତ୍ନବାନ ହେବା

ଆଛା ଏତେ ଯତ୍ନ ନେବାର ମାନେ କ'ଣ

ମୁଁ କହିଲି ତା' ପ୍ରତି ଯତ୍ନବାନ ହେବା ମାନେ

ତାକୁ ଆଖିବୁଜି ବିଶ୍ଵାସ କରିବା

ତା' ପାଇଁ ତ୍ୟାଗ କରିବା

ସେ କହିଲେ ଆଚ୍ଛା ଜଣକୁ କେହି କେବେ ଆଖିବୁଜି

ବିଶ୍ଵାସ କରିପାରେ

ମୁଁ କହିଲି ହଁ କାହିଁକି ନୁହେଁ ?

ଯିଏ ବିଶ୍ଵାସ ଦିଏ,ଭରଷା ଦିଏ,

ଆମ ଖୁସିକୁ ସ୍ବତନ୍ତ୍ର ଖୁସି ଭାବିନିଏ

ସିଏ ତ ବିଶ୍ଵାସ ର ଯୋଗ୍ୟ।

ସେ କହିଲେ ଆଚ୍ଛା ତ୍ୟାଗର ମାନେ

ତ୍ୟାଗର ମାନେ ତା' ଖୁସିକୁ ସମ୍ମାନ ଦେବା

ପୁଣି ସେ ପଚାରିଲେ ଆଚ୍ଛା ତାହେଲେ

ଏସବୁ କ'ଣ ଜଣକ ପଟୁ ହୁଏ ?

ମୁଁ କହିଲି ହଁ କାହିଁକି ନୁହେଁ

ଇଏ ପରା ପ୍ରେମ

ବିଶ୍ଵାସ,ଭରସା, ଭଲପାଇବା, ଯତ୍ନ,ତ୍ୟାଗ

ଏସବୁ ପରା ପ୍ରେମର ଗୋଟିଏ ଅଙ୍ଗ

ସେ କେବେ କାହା ହୃଦୟ ପାଖରେ ବନ୍ଧା ପଡେ

ତାହା କ'ଣ କେହି ଜାଣିପାରେ।

ସେ କହିଲେ ତା'ହେଲେ ପ୍ରେମରେ ସନ୍ଦେହ କାହିଁକି

ମୁଁ କହିଲି ସନ୍ଦେହ ନଥିଲେ କ'ଣ ପ୍ରେମ ମଜ୍ ବୁତ୍ ହୁଏ

ସନ୍ଦେହ ହେଲେ ହିଁ ଜଣେ ନିଜକୁ ପ୍ରମାଣିତ କରେ

ତା'ପରେ ଆସେ ବିଶ୍ଵାସ

ଯେଉଁ ଠାରୁ ପ୍ରେମର ଜନ୍ମ।

ସେ କହିଲେ ଆଚ୍ଛା ତୁମେ ପ୍ରେମକୁ ଏତେ ବିଶ୍ଵାସ କର

ମୁଁ କହିଲି ନା

ଯିଏ ମତେ ବିଶ୍ଵାସ କରେ

ତା' ଭଲପାଇବା,ସ୍ନେହ ଟିକକ ମୋ ପାଇଁ ଅଜାଡ଼ି ଦିଏ

ତାକୁ ହିଁ ମୁଁ ପ୍ରେମ କରେ

କାହାକୁ ପ୍ରେମ କରିବା ଓ କାହାଠୁ ପ୍ରେମ ପାଇବା

କ'ଣ ସହଜ କଥା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance