ହଁ ତୁମକୁ ଭଲପାଏ
ହଁ ତୁମକୁ ଭଲପାଏ
କିଛି ବର୍ଷ ପରେ ଆଖି ତଳେ କଳା ଦାଗ ହୋଇଯିବ
ହାତର ଚମଡାରେ ଭାଙ୍ଗ ପଡିବ
ମୁଣ୍ଡ ବାଳ ସବୁ ଧଳା ହୋଇ ଯାଇଥିବ
ସେତେବେଳେ ବି ଯଦି ତୁମେ ମତେ ପଚାରିବ
ମୁଁ ତୁମକୁ ସତରେ ଭଲପାଏ ନା ନାହିଁ ?
ମୁଁ ନିର୍ଦ୍ଵନ୍ଦ୍ୱରେ କହିବି ହଁ ମୁଁ ତୁମକୁ ଭଲପାଏ।
ଆଖିରେ ମୋଟା ଫ୍ରେମର ଚଷମା ପିନ୍ଧିଥିବି
ଶୀତ ସକାଳରେ ଚୁଲି ପାଖରେ ଉଷ୍ମତାକୁ ଅନୁଭବ କରୁଥିବି
ସେହି ଶୀତ ସକାଳରେ ବି ଯଦି ତୁମେ ମତେ ପଚାରିବ
ମୁଁ ତୁମକୁ କେତେ ଭଲପାଏ
ତାହେଲେ ମୁଁ ହସି ହସି ଉତ୍ତର ଦେବି
ନିଜଠୁ ବି ତୁମକୁ ବହୁତ ଅଧିକା ଭଲପାଏ।
ଠିଆ ହେବା ପାଇଁ ସାହସ ନଥିବ
କାହା କଥାରେ ଧ୍ୟାନ ନଥିବ
କିନ୍ତୁ, ସେତେବେଳେ ବି ତୁମେ ଯଦି ମତେ ପଚାରିବ
ଏବେ ବି ଭଲପାଏ ନା ନାହିଁ ପଚାରିବା ଆଗରୁ
ତୁମେ ଉତ୍ତର ପାଇଯିବ
ମୁଁ ତୁମକୁ ବହୁତ ଭଲପାଏ।
କିଛି ବର୍ଷ ପରେ ମୁଁ ଆଉ ନଥିବି
ନିରବ ନିସ୍ତବ୍ଧ ରାତିରେ
ତୁମେ ମୋ କଥା ମନେ ପକେଇ ଚାଲିଥିବ
ମୁଁ ଏବେ ବି କ'ଣ ଭଲପାଏ ପଚାରିବା ଆଗରୁ
ମତେ ସ୍ମରଣ କରିବା କ୍ଷଣି
ଦଲକାଏ ପବନ ଆସି ତୁମ ମୁହଁ ପାଖେ ପିଟି ହୋଇଯିବ
ଆଉ ମୁଁ ତୁମ କାନ ପାଖରେ କହି ଦେଇ ଯିବି
ହଁ ଏବେ ବି ମୁଁ ତୁମକୁ ବହୁତ ଭଲପାଏ।

