STORYMIRROR

Barsha rani Nanda

Romance

3  

Barsha rani Nanda

Romance

ହଁ ତୁମକୁ ଭଲପାଏ

ହଁ ତୁମକୁ ଭଲପାଏ

1 min
243


କିଛି ବର୍ଷ ପରେ ଆଖି ତଳେ କଳା ଦାଗ ହୋଇଯିବ

ହାତର ଚମଡାରେ ଭାଙ୍ଗ ପଡିବ

ମୁଣ୍ଡ ବାଳ ସବୁ ଧଳା ହୋଇ ଯାଇଥିବ

ସେତେବେଳେ ବି ଯଦି ତୁମେ ମତେ ପଚାରିବ

ମୁଁ ତୁମକୁ ସତରେ ଭଲପାଏ ନା ନାହିଁ ?

ମୁଁ ନିର୍ଦ୍ଵନ୍ଦ୍ୱରେ କହିବି ହଁ ମୁଁ ତୁମକୁ ଭଲପାଏ।

ଆଖିରେ ମୋଟା ଫ୍ରେମର ଚଷମା ପିନ୍ଧିଥିବି

ଶୀତ ସକାଳରେ ଚୁଲି ପାଖରେ ଉଷ୍ମତାକୁ ଅନୁଭବ କରୁଥିବି

ସେହି ଶୀତ ସକାଳରେ ବି ଯଦି ତୁମେ ମତେ ପଚାରିବ 

ମୁଁ ତୁମକୁ କେତେ ଭଲପାଏ

ତାହେଲେ ମୁଁ ହସି ହସି ଉତ୍ତର ଦେବି

ନିଜଠୁ ବି ତୁମକୁ ବହୁତ ଅଧିକା ଭଲପାଏ।

ଠିଆ ହେବା ପାଇଁ ସାହସ ନଥିବ

କାହା କଥାରେ ଧ୍ୟାନ ନଥିବ 

କିନ୍ତୁ, ସେତେବେଳେ ବି ତୁମେ ଯଦି ମତେ ପଚାରିବ

ଏବେ ବି ଭଲପାଏ ନା ନାହିଁ ପଚାରିବା ଆଗରୁ 

ତୁମେ ଉତ୍ତର ପାଇଯିବ 

ମୁଁ ତୁମକୁ ବହୁତ ଭଲପାଏ।

କିଛି ବର୍ଷ ପରେ ମୁଁ ଆଉ ନଥିବି

ନିରବ ନିସ୍ତବ୍ଧ ରାତିରେ 

ତୁମେ ମୋ କଥା ମନେ ପକେଇ ଚାଲିଥିବ 

ମୁଁ ଏବେ ବି କ'ଣ ଭଲପାଏ ପଚାରିବା ଆଗରୁ

ମତେ ସ୍ମରଣ କରିବା କ୍ଷଣି 

ଦଲକାଏ ପବନ ଆସି ତୁମ ମୁହଁ ପାଖେ ପିଟି ହୋଇଯିବ

ଆଉ ମୁଁ ତୁମ କାନ ପାଖରେ କହି ଦେଇ ଯିବି

ହଁ ଏବେ ବି ମୁଁ ତୁମକୁ ବହୁତ ଭଲପାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance