ଏମିତି କେମିତି ହେଲା
ଏମିତି କେମିତି ହେଲା
ଏମିତି କେମିତି ହେଲା
ଯିଏ ହାତ ଧରି ଚାଲିବାର ପ୍ରତିଶ୍ରୁତି ଦେଇଥିଲା
ସିଏ ହାତ ଛାଡି ଦେଇଗଲା।
ମୋ ଆଖିରେ ଲୁହ ଯିଏ ଦେଖି ପାରୁ ନଥିଲା
ସେ ଆଜି ଆଖିରେ ଆଖିଏ ଲୁହ ଦେଇଦେଲା ।
ମୋ ମନକୁ କାଳେ କଷ୍ଟ ହେବ
ମତେ ଜୋର୍ କରି କିଛି ସେ କହୁ ନଥିଲା
ସିଏ ଆଜି ମତେ ଭୁଲିଯିବ ବୋଲି
କେମିତି କହି ପାରିଲା ।
ହୃଦୟ ଯନ୍ତ୍ରଣା କୁ ମୋ ମୁହଁ ରୁ
ଠଉରେଇ ନେଉଥିଲା ସେ
କିନ୍ତୁ ମୋ ହୃଦୟକୁ କେତେ ଯନ୍ତ୍ରଣା ହେବ
ଆଜି ସେ ଭୁଲିଗଲା।
ମୋତେ କାଢି ତା ହୃଦୟ ରେ
ଆଉ କାହାକୁ କେମିତି ସେ ରଖି ପାରିଲା ।
ମତେ ତ ଦୁଃଖ ଲାଗୁଛି ଯେ
ସେ କେମିତି ବଦଳି ଯାଇ ପାରିଲା।
ତାର କଥା ଶୁଣିବା ମୋର ବହୁତ ପସନ୍ଦ ବୋଲି ତ
ତାର ଏତେ ସବୁ ବକ୍ ବାଜ୍ କୁ ଖୁସିରେ ଶୁଣିଲି
ତାର ପାଗଳାମି ମୋର ବହୁତ ପସନ୍ଦ ବୋଲି ତ
ଏଇ ପାଗଳାମି କୁ ଗ୍ରହଣ କରିନେଲି ।
ତା କଥାରେ ଅଭିମାନ କରି
ପୁଣି ବୁଝିଯାଏ ବୋଲି ତ
ଆଜି ଏତେ ଅଭିମାନ ପରେ ବି
ପୁଣି ମନକୁ ବୁଝେଇ ଦେଲି।
ସେ ଦେଉଥିବା କଷ୍ଟକୁ ଖୁସି ରେ ଆଦରି ନିଏ ବୋଲି ତ
ସେ ଦେଇଥିବା କଷ୍ଟକୁ ହସି ହସି ସହିଗଲି।
ହଁ କେମିତି ବା ନ ସହିବି କୁହ ତ
ଦିନ ଥିଲା ସେ ମତେ ଭଲ ପାଉଥିଲା
ତାକୁ ମୁଁ ଏବେ ବି ମୋ ହୃଦୟ ରେ ସାଇତିଛି ।
