STORYMIRROR

Barsha rani Nanda

Abstract Classics Fantasy

3  

Barsha rani Nanda

Abstract Classics Fantasy

ଶୁଭ ବିଦାୟ ୨୦୨୧

ଶୁଭ ବିଦାୟ ୨୦୨୧

2 mins
223

ପୁରୁଣା ବରଷକୁ ବିଦାୟ ଦେବା ବେଳ ହେଲା

ଜୀବନରୁ ପୁଣି ଏକ ବର୍ଷ କମ୍ ହୋଇଗଲା

କିଛି ସ୍ବପ୍ନ ହୋଇ ରହିଗଲା ହୃଦୟ ରେ

ଆପଣାର ଲାଗୁଥିବା ଲୋକ କିଛି ହଜିଗଲେ ପୁରୁଣା ବରଷରେ‌।

କିଛି ସ୍ମୃତି ହୃଦୟ ହୃଦୟରେ ରହିଗଲା

କିଛି ଅପେକ୍ଷା ଅପେକ୍ଷା ରେ ହିଁ ରହିଗଲା

କିଛି ମାଗି ମଧ୍ୟ ପାଇନି କିଛି ନ ମାଗିକି ବି ପାଇଛି

କିଛି ମୋ ଉପରେ ରାଗିଛନ୍ତି

କିଛି ମତେ ଭୁଲି ବି ଯାଇଛନ୍ତି

କିଛି ଲୋକ ଜାଣିଶୁଣି ଅଜଣା ହୋଇ ଯାଇଛନ୍ତି

କିଛି ଅଜଣା ଲୋକ ମତେ ଆପଣାର କରିଛନ୍ତି

କିଏ ମୋ ଉପରେ ଖୁସି ବି ଅଛନ୍ତି

କିଏ ମୋ ଉପରେ ଅସନ୍ତୁଷ୍ଟ ବି ଅଛନ୍ତି

ଆଉ କିଏ ମୋ ହସରେ ହସିଛନ୍ତି

ମୋ ଦୁ଼ଃଖରେ ଦୁଃଖି ହୋଇଛନ୍ତି

କିଛି ଜିନିଷ କୁ ମୁଁ ଅପେକ୍ଷା କରିଛି

ଆଉ କିଛି ମତେ ଅପେକ୍ଷା କରିଛନ୍ତି।

କିଛି ମୁଁ ଠିକ୍ କରିଛି ଆଉ ‌କିଛି ମୁଁ ଭୁଲ୍ ବି କରିଛି

ଯାହା ବି ମୁଁ ଭୁଲ୍ କରିଛି ଯଦି କାହାକୁ ଦୁଃଖ ଦେଇଛି

ମତେ ନିଜର ଭାବି ସମସ୍ତେ କ୍ଷମା କରି ଦେବେ ଭାବୁଛି।

କିଛି ଦୁଃଖ କିଛି ସୁଖରେ ଏବରଷ ମୋର ଯାଇଛି

ଲୋକ ଙ୍କ କିଛି କଥାକୁ ନେଇ ବହୁତ କଷ୍ଟ ପାଇଛି

ମନକଥାକୁ ଚାପି ରଖି ଉପରେ ବହୁତ ହସିଛି

ବହୁତ କିଛି ଅଙ୍ଗେ ନିଭେଇଛି, ବହୁତ କଷ୍ଟକୁ ସହିଛି

ନା କାହାଠୁ କିଛି ଆଶା ରଖିଛି,ନା କାହାକୁ କିଛି କହିଛି।

ହସଖୁସି, ସୁଖ ଦୁଃଖ ରେ ଗଲା ଏ ବରଷ

ସମସ୍ତ ଙ୍କ ପାଇଁ ଖୁସି ଆଣୁ ଏ ନୂଆ ବରଷ 

କିଛି ଦିନ ରେ ପୁରୁଣା ବରଷ ସରିବ

ନୂଆ ବରଷ ସଭିଙ୍କ ପାଇଁ ଅନେକ ଖୁସି ଆଣିବ।

ନୂଆ ବରଷ ରେ ସଭିଙ୍କ ଜୀବନେ ଝରିପଡୁ ଖୁସି ର ବରଷା

ନୂଆ ଆକାଂକ୍ଷା,ନୂଆ ମନ ଆଉ ଆଣୁ ନୂଆ ଆଶା ଭରସା

ସଭିଙ୍କ ଜୀବନେ ଆଣୁ ପ୍ରେମ ଭରା ଦିନ

ସୁଖ ଭରା ରାତି ଖୁସି ଭରା ସ୍ଵପ୍ନ

ଲିଭି ଯାଉ ସଭିଙ୍କ ମନୁ ଘୃଣା,କ୍ରୋଧ, ଅଭିମାନ

ହସଖୁସି ସ୍ନେହ ପ୍ରେମ ରେ ଭରା ହେଉ ସଭିଙ୍କ ଜୀବନ।

କ୍ୟାଲେଣ୍ଡରର ଏକ ପୃଷ୍ଠା ଭଳି ଦୁଃଖ ରହିଯାଉ ପଛରେ

ନୂଆ ବରଷର ନୂଆସକାଳ ଆସୁ

 ଏକ ନୂତନ ଜୀବନର ଆଶାରେ

ଠାକୁରଙ୍କ ପାଖେ ଏତିକି ଆଶିଷ ମାଗୁଛି

ନୂଆ ବରଷ ସଭିଙ୍କ ପାଇଁ

ହସଖୁସି ରେ ଭରି ଯିବ ବୋଲି ଭାବୁଛି

ନା ରହୁ ଦୁଃଖ ନା ରହୁ ବିଡ଼ମ୍ବନା

ନା ରହୁ ଈର୍ଷା,ସ୍ବାର୍ଥ, ଅହଂ ଭାବନା

ସମସ୍ତଙ୍କୁ ମିଳୁ ହସଖୁସି,

ସ୍ନେହ ପ୍ରେମ,ସୁଖ ଶାନ୍ତି ଏତିକି ମୋର କାମନା।


Rate this content
Log in

Similar oriya poem from Abstract