STORYMIRROR

Barsha rani Nanda

Fantasy Inspirational Children

3  

Barsha rani Nanda

Fantasy Inspirational Children

ମୁଁ ଓ ମା ଭିତରେ ଫରକ୍

ମୁଁ ଓ ମା ଭିତରେ ଫରକ୍

2 mins
206

ସହରୀ ସଭ୍ୟତାକୁ ଆଦରି ବାଜେ ଖର୍ଚ୍ଚ କରୁଥିବା ମଣିଷ ମୁଁ

କିଛି ସଞ୍ଚୟ ଲାଗି କାହିଁ କେଉଁ ପୁରୁଣା ଲୁଗାକୁ ପିନ୍ଧି ସାହେବ ଭଳି ଦେଖାଇହେଉଥିବା ମଣିଷ ବୋଧେ ବାପା ମା।


ପିଜା, ବର୍ଗର ଖାଇ ନିର୍ଜୀବ ହସ ହସୁଥିବା ମଣିଷ ମୁଁ,

ମୁଠାଏ ପଖାଳ ଖାଇ ମନଖୋଲି ହସୁଥିବା ମଣିଷ ବୋଧେ ବାପା ମା।


ପାଠପଢା ନାଁ ରେ ନିଜର ସାଜସଜ୍ଜା କରି ସହରୀ ଦେଖେଇ ହେଉଥିବା ମଣିଷ ମୁଁ,

ହାଡ଼ଭଙ୍ଗା ପରିଶ୍ରମ କରି ଗାଁ ରେ ଖଟୁଥିବା ମଣିଷ ବାପା ମା।


ଘର ବାହାର ଦାୟିତ୍ଵ ତୁଲେଇ ଫାଟି ଆଁ କରିଥିବା ଗୋଇଠିରେ ଔଷଧ ଟିକିଏ ଲଗେଇ ପାରୁନଥିବା ମଣିଷ ମା,

ଦାନ୍ତ ନେଫେଡେଇ ଓଠର ଦୁଇଧାରେ ମେଟ୍ ଲିପ୍ ଷ୍ଟିକ୍ ମାରି ଅପ୍ରାକୃତିକ ହସ ହସୁଥିବା ମଣିଷଟା ମୁଁ।


ଖୁଞ୍ଚା ଲାଗିଥିବା ଶାଢ଼ୀକୁ ବାରମ୍ବାର ସିଲେଇ ଭଲଶାଢୀଟା କହି ଖୁସିରେ ପିନ୍ଧୁଥିବା ମଣିଷ ହେଲେ ମା ,

ଥାକରେ ଉପର ତଳ କରି ଆଲମିରା ଭରି ଯାଇଥିବା ସତ୍ତ୍ୱେ ମଧ୍ୟ କେଉଁ ପର୍ବରେ ଡ୍ରେସ୍ ନହେଲେ ଚିଲେଇ ଚିଲେଇ କାନ୍ଦୁଥିବା ଅବୁଝା ମଣିଷଟା ମୁଁ।


ବାପା ଯେବେ ହଷ୍ଟେଲ୍ କୁ ଆସନ୍ତି ଦେଖା କରିବା ପାଇଁ ତାଙ୍କ ସାଙ୍ଗେ ଧାଇଁ ଆସିଥାଏ ଗାଁ ମାଟିର ମହକ,

ମା ଯେବେ ଆସିଥାଏ ତା ପଣତରେ ଆସିଥାଏ ଚୁଲି ଧୂଆଁର ବାସ୍ନା।


ଫଟା ଗୋଡ଼ ,ସେଇ ସାଇତା ଶାଢ଼ୀ,ତେଲ ଲଗାଇ ଚୁଟି ହଁ ମୋ ମା ,

କାହିଁ କେବେଠୁ ବାକ୍ସରେ ସାଇତା ସେଇ ହଳେ ପ୍ୟାଣ୍ଟ୍ ସାର୍ଟକୁ ପିନ୍ଧି ମତେ ଦେଖା କରିବା ପାଇଁ ଆସନ୍ତି ବାପା।

ମୋ ଦେହରେ ଥାଏ ଧୁଆ ହୋଇ ନଥିବା ଟି ସାର୍ଟ,ଆଣ୍ଠୁ ପାଖରେ ଷ୍ଟାଇଲ୍ କରି ଟିକିଏ ଫାଟିଥିବା ଜିନ୍ସ୍ ,ପାଦରେ ହିଲ୍,ହାତରେ ପନ୍ଦର ହଜାର ଟଙ୍କାର ମୋବାଇଲ୍,ଫରଫର ହୋଇ ଉଡୁଥାଏ କଣ୍ଡିସନର୍ ମରା ସାଇନିଂ ଚୁଟି ।

ତଥାପିବି ମନଖୋଲା ହସ ନହସି ଷ୍ଟାଇଲ୍ ମରା ହସଟେ ବାହାରେ ମୋ ଓଠ ବନ୍ଦ କରି ନୁହେଁ ପୋଜ୍ ଦେଇ ଦାନ୍ତ ନେଫେଡେଇ।


ସତରେ କେତେ ଫରକ୍ ମା ଓ ମୋ ଭିତରେ

ମା ମୋର ସୁନ୍ଦର କରି ହସେ ଓଢ଼ଣା ଦେଇ,

ହସୁଥାଏ ଯେମିତି ଦୁଃଖ ତାର କିଛି ବୋଲି ନାହିଁ

ବାପା ବି ଠିକ୍ ସେମିତି ମନଖୋଲା ହସି ପାରନ୍ତି 

କିନ୍ତୁ , ସେଇ ମଣିଷ ମୁଁ...

କିଛି ଦୁଃଖ ନଥାଇ ବି ମନଖୋଲି ହସିପାରେନି ।


ମାଙ୍କ ଅସୁସ୍ଥତା ସତ୍ତ୍ୱେ ଫେୟାର୍ ୱେଲ୍ ରେ ଧୁମ୍ ଧଡକ୍ ରେ ନାଚିକୁଦି ଷ୍ଟାଟସ୍ ଅପ୍ ଲୋଡ୍ କରିଥିବା ଅମିଣଷଟା ମୁଁ,

ମୋର ଟିକିଏ ଜର ହେଲେ ନଖାଇ ନପିଇ ମୋ ମୁଣ୍ଡରେ ପାଣି ପଟି ଦେଉଥିବା ମଣିଷଟା ମା।


ପାଞ୍ଚଶହ ଟଙ୍କିଆ ପର୍ଫ୍ୟୁମ୍ ମାରି ଉପଭୋଗ କରୁଥିବା 

ମଣିଷଟା ମୁଁ,

ପରିଶ୍ରମ କରି ଝାଳନାଳରେ ଘାଣ୍ଟି ହୋଇ ମେଞ୍ଚାଏ ପଇସା ଆଣି ହଷ୍ଟେଲ ଫିଜ୍ ବାନ୍ଧୁଥିବା ମଣିଷ ହେଲେ ବାପା।

ଦୋସ୍ତି ନାଁ ରେ ପୁଅଙ୍କ ସାଙ୍ଗରେ ମସ୍ତି କରେ ମୁଁ,

ଝିଅକୁ ଏକା ଛାଡ଼ିଦେଇଥିବା ଭୟରେ ସେପଟେ ଗାଁ ରେ ରହି ଛଟପଟ ହେଉଥାନ୍ତି ବାପା ମା।


ମଲ୍ କୁ ଯାଇ ପାର୍ଟି କରି ପୋଷ୍ଟ୍ ଅପ୍ ଡେଟ୍ କରି ଲାଇକ୍,କମେଣ୍ଟ୍ ସାଉଁଟି ଚର୍ଚ୍ଚା ରେ ରହୁଥିବା ମଣିଷ ମୁଁ

କାଳେ ଝିଅକୁ କିଏ କ'ଣ କହିବ ,ସିଏ ସୁରକ୍ଷିତ ଅଛି ନା ନାହିଁ

ସବୁବେଳେ ଚିନ୍ତାରେ ବୁଡି ରହୁଥିବା ମଣିଷ ବାପା ମା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy