STORYMIRROR

Barsha rani Nanda

Children

3  

Barsha rani Nanda

Children

ବାପା ଓ ମାଆ

ବାପା ଓ ମାଆ

1 min
368


ନ ଖାଇ ଥିଲେ ମାଆ ମୋର କହେ

ଖାଇ ନାହିଁ ଧନ ମୋର

ବାପା କୁହନ୍ତି ଭୋକ ଲାଗିଲେ

ଆପେ ସେ ଖାଇବ 

ଏତେ ଚିନ୍ତା କାଇଁ କର।


ପରୀକ୍ଷାରେ ଫଳ କମ୍ ଆସିଲେ 

ବାପା ଦେଉଥାନ୍ତି ଗାଳି

ମାଆ କିନ୍ତୁ କୁହେ ବାପାଙ୍କ ଆଗରେ

ଏଥରଟା ତୁମେ ତୁନି ହୋଇଯାଅ

ଆରଥରକୁ ସେ ଭଲ ନମ୍ବର୍ ଆଣିବ ବୋଲି।


ବାପାଙ୍କର ସେଇ ପୁରୁଣା ସଂଳାପ 

ଛେଳି ରଖିଦେବି ଛେଳି ଚରେଇବୁ 

ପାଠଶାଠ ପରା ତୋ ଦ୍ୱାରା ହେଉନି

ମାଷ୍ଟ୍ରେଙ୍କ ଛୁଆ ପରା ତୋ ସାଙ୍ଗ

ଏତେ ପାଠ ସେ କେମିତି ପଢୁଛି

ଯା ତାକୁ ଦେଖିବୁ ତା ପାଦଧୂଳି ନେଇ ଆସିବୁ

କିଛି କାମ ପରା ତୋ ଦ୍ଵାରା ହେବନି

ଆରଥରକୁ ଭଲ ନକଲେ 

ତୋ ପାଇଁ ଆଣିବି କେତୋଟି ଘରମଣି।


ମାଆ ମୋର ବାପାଙ୍କ ପଛରେ ଏତେ ସ୍ନେହ କରି

ବାପାଙ୍କ ଆଗରେ ସିଏ ବି କୁହେ 

ପରୀକ୍ଷା ଫଳ ଭଲ ନ ଆସିଲେ

ବାପାଙ୍କ କଥା ଅମାନ୍ୟ ନକରି

ଛେଳି ଚରେଇବୁ ମନେ ରଖିଥା ଧନମାଳି।


ଖେଳି ଯାଇଥିଲେ ଆସିଲା ବେଳକୁ

ବାପା ଜଗିଥାନ୍ତି ଧରି ବାଡି

ମାଆ କିନ୍ତୁ ମୋର ଝାଳ ପୋଛି ଦିଏ

କାଢି ତା ପଣତ କାନି।


କେବେକେବେ ଦୁଷ୍ଟ ହୁଏ ଯଦି ମୁଁ

ବାପା ଦେଇଥାନ୍ତି ଗାଳି

ମାଆ କିନ୍ତୁ କୁହେ ଧନଟା ମୋର

ଗୋଟାପଣେ ସୁନା ଥାଳି।


ଦେହ ଯଦି କେବେ ଖରାପ ହୁଏ

ଚିନ୍ତା ଥାଏ ଦୁହିଁଙ୍କର

ମୁଖୁଡା ଅନ୍ତରା ଅଲଗା ହେଲେ ବି

ଗୋଟିଏ ତାହାର ସ୍ୱର‌।


ଦେହରୁ ଜୀବନ କି କେବେ ଅଲଗା ହୁଏ

ଗଛ ଠାରୁ ଛାଇ କେବେ ଦୂରେଇ ଯାଏ

ରୋଜଗାର ଭଳି ମୁଖ୍ୟ ଦାୟିତ୍ଵ ନିଅନ୍ତି ବାପା

ଖାଦ୍ୟ ପରିଷିବାଠୁ ଘର ସମ୍ଭାଳେ ମାଆ।


ମାଆର ସ୍ନେହ ସମୁଦ୍ର ପରି ପାରାବାର

ନା ଅଛି ତାର ପାରନା ଅଛି ତାର ତଳ

ବାପାଙ୍କ ଶାସନ ନହେଲେ

ଆମ ଜୀବନଟା ଛାରଖାର।


ସ୍ନେହ ମମତାରେ ବାନ୍ଧି ଥାଏ ଜଣେ

ଜଣେ ଦେଉଥାନ୍ତି ଗାଳି

ଉପର ତାଙ୍କର କଠୋର ହେଲେ ବି

ହୃଦୟ ବରଫ ଭଳି


ଘରର ମୁଖ୍ୟ ସ୍ତମ୍ଭ ହେଲେ ବାପା

ମାଆ ହେଲା ପରା ଛାତ

ପରିବାର ବନ୍ଧା ଦୁହିଁଙ୍କ ସ୍ନେହ ରେ

ଦୁହେଁ ତ ଘରର ମୁଖ୍ୟ।


ମାଆ କହୁଥାଏ ବୁଝେଇ ଶୁଝେଇ

ବାପା ଦେଉଥାନ୍ତି ଗାଳି

ଅବାଟେ ନ ଯାଉ ପିଲାଟା ମୋର

ଭଲ ବାଟେ ଯାଉ ବୋଲି।


ଏ କଥା ନିହାତି ସତ

ପ୍ରତିଟି କଥାରେ ଦୁହିଁଙ୍କର ଥାଏ

ଗୋଟିଏ ପ୍ରକାର ମତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children