ଗୋଲାପ
ଗୋଲାପ
ତୁମେ ଟାଣି ଦେଲ କଣ୍ଟକର ପଥ
ମୋତେ ତ ନଥିଲା ଜଣା
ହେଲେ ମୁହିଁ ଖୁସି ଆଜିର ଦିନରେ
ହୋଇ ନାହିଁ ବାଟ ବଣା ।
ରଙ୍ଗିନ୍ ମନ ମୋ ବାସ୍ନା ଭରା ରୂୂପ
ରହି ଥାଏ ନିରାପଦେ
ପ୍ରଲୋଭନେ ପଡ଼ି ଭାବୁକ ପ୍ରେମିକ
କଣ୍ଟାରେ ଘୁଞ୍ଚନ୍ତି ପାଦେ ।
ଗୋଲାପ ନାମରେ ନାମିତ ହୋଇ ମୁଁ
ଗର୍ବିତ ଯେ ଚିର ଦିନ
ବିବାହ ଉତ୍ସବେ ଶୋଭା ବାଢୁ ଥାଇ
ବିମୋହିତ ଜନ ମନ ।
ବିଧି ଉଦ୍ୟାନରେ ସୌନ୍ଦର୍ଯ୍ୟ ବଢାଏ
ମୋ ବିନା ଶ୍ରୀହୀନ ବାଗ
ସେଥିପାଇଁ ଲୋଡ଼େ ମାଳି ନିତି ଦିନ
ହୃଦୟେ ଭରି ସରାଗ ।
କଣ୍ଟାରେ ପ୍ରାଚୀର ଗଢି ଦେଲା ତୁୁୁମେ
ମୋ ପ୍ରାଣ ସୁୁୁରକ୍ଷା ପାଇଁ
ଭୂଲି ବିନି କେବେ ତୁମକୁ ଜୀବନେ
ଥିବି ତୁମ ପଥ ଚାହିଁ ।।