STORYMIRROR

Satyanarayan Sahoo

Romance Inspirational

3  

Satyanarayan Sahoo

Romance Inspirational

ହଜି ଯାଇଛି  ମୋ ପିଲା ଦିନ

ହଜି ଯାଇଛି  ମୋ ପିଲା ଦିନ

2 mins
156

ହଜି ଯାଇଅଛି ମୋ ପିଲା ଦିନ

ଡିବିରୀ ଆଲୁଅ ଆଜି ସପନ ॥

ହଜି ଯାଇଛି ଲୋ ମୋ ପିଲା ଦିନ 

ଦିଶୁ ନାହିଁ ଆଉ ଆଗ ଲଣ୍ଠନ ॥୧


କାଳ ଆସି ଆଜି କେଡେ କରାଳ

ଆଗର ଚଳଣୀ ଏବେ ଅଚଳ ॥

ଆଈ ମା' କାହାଣୀ ଶୁଣି ଆନନ୍ଦେ

କେତେ ମଧୁମୟୀ ଆହା କି ! ଛନ୍ଦେ ?୨


ଶାନ୍ତ ପରିବେଶ ପ୍ରଶାନ୍ତ ଲୀଳା

କେତେ ରାମ ଲୀଳା ସୁଆଙ୍ଗ ପାଲା

ଲୋକ ସଂସ୍କତିର ଯେତେ ବାହକ

ବାଜା ! ଖଜା ! ଗଜା ! ମଜା ଅନେକ ॥୩


ଶାନ୍ତ ‐ସୁ‐ଶ୍ୟାମଳ ବଣ ଉଦ୍ୟାନ

ଲୁପ୍ତ ସବୁ ଆଜି କଂକ୍ରିଟ ବଣ ॥

ଗ୍ରାସି ଚାଲେ ବେଗେ ପରିବେଶକୁ

ପ୍ରକୃତି ତେଜଇ କମ ଚିତ୍ରକୁ  ॥୪


ହଜି ଯାଇଅଛି ମୋ ପିଲା ଦିନ

କାହିଁ ଆଗକାଳ ଶଗଡ ମାନ

ରିକିସା କାହିଁ ନା ବା ସାଇକଲ

କାହିଁ ଆଗ କାଳ ଗୋରୁ ଗହଳ ॥୫


ଟିକିଲି ଅଧୁଲି ପାଞ୍ଚ ପଇସି

ନାହିଁ କିଛି କାହିଁ ମିଳେନା ଖୋଜି ॥

ବାର ମାସେ ତେର ପରବ କାହିଁ

ପିଲା ଦିନ କଥା କିଛି ମିଳୁନି ॥୬


ଦାଣ୍ତେ ଶୁଭେ ନା ଚିଠି ବାଲା ଡାକ

ନାହିଁ ଆଉ ଟେଲିଫୋନ କ୍ରିଂ କଂକ ॥

ଟେଲିଭିଜନ ବା ସିନେମା ହଲ

ହଜି ଲାଣି ସବୁ ଏ ମୋବାଇଲ ॥୭


ସବୁଠି ତା' ଆଜି ଲୋଡା ପହିଲେ

କାକ ବା କୁକୁଡା ରାତି ପାହିଲେ ॥

ଆଉ ରାବୁ ନାହିଁ ତା' ରିଗି ଟୋନ

ବାଜିଲେ ଉଠନ୍ତି ଆଜିର ଜନ   ॥୮


ଅଶ୍ଳୀଳତା ଏବେ ରାଜେ ସବୁଠି

ମାଡ ଓ ବିପାକେ ଫାଟଇ ପିଠି ॥

ପିଲା ବେଳ ର ଇଙ୍କିଡି ମିଙ୍କିଡି

ବୋହୁବୋହୁକା ଖେଳ ଓ କବାଡି

ସାଥେ କେତେ ଖେଳ ଲଡୁ ଓ ପୁଚି

ସବୁ ଖେଳ ଆଜି ହଜି ଯାଇଛି ॥୯


ଟିକି ପିଲା ମେଳେ କୌତୁକ ଭୋଳେ

ମାତିବାର କେତେ ମଜା ଖୁସିରେ

ହର୍ଷ ଆମୋଦ ନାଚ ଗୀତ ମାନ

ମିଳୁ ନାହିଁ ଏବେ ଯେ କେଉଁ ସ୍ଥାନ ॥୧୦


ବିଲ ତୋଟା ମାଳ ପଡିଆ ବଣ

ଘଟିଅଛି ସବୁ ର ଅବସାନ ॥

ବାବା ଚେଲା ଆଉ ଚେଲୁଣୀ ଭାଣ୍ତ

ଦିଶୁ ତ ନାହାନ୍ତି ଗାଆଁ ଓ ଦାଣ୍ତ ॥୧୧


ଖାଆଁ ଖାଆଁ ଲାଗେ ଗାଡି ନଟର

ଗଡି ଯାଏ ନିତି ବିକଟ ସ୍ବର ॥

ଚାରେଣି ଅଧୁଲି ପାଞ୍ଚ ପଇସି

ଚଳୁନାହିଁ କାହିଁ ସବୁ ହଜିଛି ॥୧୨


ରଜ ଦୋଳି ଖେଳ ଆହା କି ! ମଜା

ପିଲା ଜୀବନର ଯେତେକ ହଜା

ହୋଇଅଛି ଆଜି ପରିବର୍ତ୍ତନ

ହେଉ ଅଛି ପଥି କ୍ଷଣକେ ଆନ ॥୧୩


ହଜି ଯାଇଅଛି ସେ ପିଲାଦିନ

ଆଉ ତା ମିଳିବା ସାତସପନ 

ନିତିଦିନ ତାକୁ ଝୁରେ ଏ ମନ

ଆଉ ଫେରିବନି ସେହି ସୁଦିନ ॥୧୪



Rate this content
Log in

Similar oriya poem from Romance