ରସିଏନ୍ ଉବାଚ୍
ରସିଏନ୍ ଉବାଚ୍
ମାଏପୋ ନାଇଁଧରେ ଘଏତାର ନାଆଁ
ଡାକ୍ସି ଏ ବାବୁର୍ ବୁଆ
ସେ କଥା ପଦ୍କ ଶୁନ୍ବାର ବାକି ଅଛେ
ନାଇନ ବଲି ପିଲାଛୁଆ। ୧
ମୁଇଁ ଭି ନାଇଁ ଧରେ ସିଆନୀର୍ ନାଆଁ
ଡାକୁଥିସିଁ ଆରେ ଏ ହେ
ଛିନାଛକା ଦେଖି ଡାକ୍ଲିଁ "ଧାଂଗ୍ରି"
ତାର୍ଛଡ଼ା ନି'ଶୁନି କିହେ। ୨
ଜାଜର୍ମାନ୍ ହେଇ ସଁପିକୁଦି ଗଲା
କହେଲା" ରେ ଲଢ଼ୋ ରଇ
ଧଂଗ୍ରା ବଏସ୍ ଖପିଯିବା ତୋର୍
ଶୁଇଥା ମଚାକନେ ଯାଇ। ୩
ଯୁଡ଼େ ବଂଦ୍ନା କପ୍ଟା ଫାଟିଗଲା ପଛେଁ
ନି'ଦେଲୁ ଗୁଟେ ଟିଆଁମିଆଁ
କହେବାକେ ମତେ ଲାଏଜ୍ ଲାଗୁଛେ
ଆଏଁ ବଲି ତୋର୍ କନିଆଁ। ୪
ଧାଂଗ୍ରି ଆଏଁ ମୁଇଁ ଷୁଲ୍ହଅନା ସତ୍
ତୁଇ କାଏଁ କଂଦାର୍ ଧଂଗ୍ରା
ଦମ୍ ଅଛେ ବଏଲେଁ ଦେଖା ଧଂଗରାପନ୍
ମାଏକି ରେ ବାଗ୍ଧରା।" ୫
"ବାଗ୍ଧରା ବଲି ଜାନିଛୁ ବଏଲେଁ
କଁଟିଥିବୁ ମୋର୍ ବଫୁ
ତୋର୍ ବାଗିର୍ କେତେ ଗେଁଡ଼ାଗେଁଡ଼ା ବାଘେନ୍
ଫିଟେଇ ନି'ପାରନ୍ କାପୁ।"୬
"ଓହୋ ରେ ପଟେକେ ସଂଭ୍ଲା ପହେଲା
ଦିନୁଦିନ୍କେ ପଡ଼୍ଲୁନ ଢିଲା
ଅଁର୍ରାମାନେ ଯଦି ହଦ୍ରିବେ ଆଘୋନୁ
ମାଏଝି କାଏଁ ନି'ହେବେ ଉର୍ଲା? ୭
କଟଂଗ୍ ବାଉଁଶ୍ ଉପର୍କେ ଚିକନ୍
ଭିତରେଁ ଥିସି ଡହଁ ପୁଲା
ମୋର୍ ଭାଏଗେଁ ଜୁଟିଛୁ ଏନ୍ତା ଅଁର୍ରାଟେ
ଗିଜୁମୁଡ଼ୁଁ ଭରଂଗଲା। ୮
ତାର୍ଠାନୁ ବନ୍ଏ କଁଷି ବାଂଜି ଖାଡ଼ି
ଯାଉଥିବା ପଛେ ଲହଁପି
କଟଂଗ୍ ବଦ୍ଲେଁ ବାଂଜି ବନିରହ
ରୁଥି ଆସୁଥିତୁ ଦହଁପି।୯
ମାଏଝିର୍ ମନ୍କେ ନାଇଁ ଚିନ୍ହିଁ ଯିଏ
ସେଟା କାଏଁ କଂଦାର୍ ଅଁର୍ରା
ରଂଗ୍ ଦେଖା ବଏଲେଁ ରଂଗ ବନି ଗଲୁନ
ଥୁର୍ ରେ ଡୁଡ଼ୁମ୍ ସେଁର୍ରା। ୧୦
ଘରର୍ କାମ୍ବୁତା କରୁଛନ୍ ସଭେ
କେନ୍ତା ନି'ବୁଝୁ ରେ ଅଡ଼ଂଗ୍
ପେଟର୍ ଭୋକ୍ ସାଂଗେଁ ଆଉ ଗୁଟେ ଭୋକ୍
ସେଟା ଅଗଡ଼ଂଗ୍ ବଗ୍ଡ଼ଂଗ୍। ୧୧
ଚାଷ୍ବାସ୍ ତୋର୍ ହେଲା ବନ୍ଏ ବଏଲେଁ
ପାଁଚ୍ମାସେ ଦାଏବୁ ଧାନ୍
ଡୁଡ଼ୁମ୍ ରଇ ହାତେଁ ଭାଜିଶାଗ୍ ନି'ଶିଝେ
ଭର୍ବୁ କେନ୍ତା ତାଂବି ମାନ୍। ୧୨
ଧାନ୍ ଚାଉଲ୍ଥିଁ ଭଦ୍ରି ଭର୍ସି ସିନା
ବଢ଼ି ନାଇଁପାରେ ବଁଶ୍
ବଡ଼େ କଟୁମ୍ ହେଲେଁ ଭାଲ୍ନି ନାଇନ
ବଁଡ଼ା କୁଟୁମ୍ ଛୁଛାଫସ୍। ୧୩
ହେତିର୍ଲାଗି ବୁନିଦେ ଅସଲି ବିହନ୍
ସିଧା ସଲଖ୍ ମୋର୍ ଜାଂଗ୍ଲେଁ
ଥରେ ଗଜା ହେଲେଁ ବିହିଡ଼ା ମଂଦାଖେଲା
କର୍ମି ମୁଇଁ କଲେଁକଲେଁ। ୧୪
ଲୁଦ୍ରେଁ ଭରିକରି ଆନ୍ବୁ ତୁଇ ଧାନ୍
ଭରିଯିବା ପୂରା ଭଦ୍ରି
ମୁଇଁ ଉବ୍ଜାମି ଦଶ୍ମାସ୍ ଉତାରୁଁ
ଘର୍କେ ଦେବା ଉକିଆ ଭରି। ୧୫
ମୋର୍ କମାଲା ଧନର୍ ତୁଇ ହେବୁ ମାଲିକ୍
ଶୁନ୍ବୁ ହର୍ମିଶା ବୁଆବୁଆ
ଚାହେଁବୁ ବଏଲେଁ ଫି'ବଛର୍ ମୁଡ଼୍କେ
ଗଢ଼ିପାର୍ମା ଗୁଟେଗୁଟେ ଛୁଆ।୧୬

