STORYMIRROR

Sudhir Panda

Inspirational Others

3  

Sudhir Panda

Inspirational Others

ଆଜାଦୀ ପରିବାର୍‌

ଆଜାଦୀ ପରିବାର୍‌

2 mins
185

      

ଆଜାଦୀ ବଁଶିଆ ବଲି ହାପ୍‌ସି କଚ୍‌ଡ଼େଇ ହେସୁ

କେଭେଁ ଲଢ଼ିଥିଲେ ବାପ୍‌ ଅଜା

କାହାର୍ ମୁଡ଼୍‌ ଫାଟି କିଏ ଜହଲେଁ ଶଢ଼ି ଦିନ୍‌ ଗଲା

ତାକର୍ ନାଆଁଥିଁ ତୁଇ ମାରୁଛୁ ମଜା।୧

ଆଜାଦୀ ବେଲ୍‌କେ ସେମାନେ ଲଢ଼ିଥିଲେ ବଲି

ଜାନିଥିଲେ ସେ ବେଲର୍‌ ଲୁକେ

କିଏ ମହାଜନ୍ ଥାଇ ଜମିନ୍‌ ବାଡ଼ି ବଂଧା ଦେଇ

ବଡ଼ା କଷ୍ଟେଁ ପିଉଥିଲେ ଥିର୍‌ ଢ଼ୁକେ।୨

ତାକର୍ ଫଟୁଥିଁ ଧୂଇଲ୍ ଆଉ ମକ୍‌ରାଜାଲ୍‌ ଭରା

ଫଟୁର୍ ପଛ୍‌ଆଡୁଁ ଚରି ଦେଲାନ ଡିଆଁ

ବଛର୍‌କେଁ ଦିନେ ସଭାସମିତି କରୁଛ ବଡ଼ା ତୁଡ଼େଁ

ବକୁଥିସ କିର୍‌ଲେଇ କରି ଗଖା ଆଁ।୩

ତୁଇ ଆଏଜ୍ କେଡ଼େ ଇମାନ୍‌ଦାର୍ ହେଇ ଭିଲ୍

ଇଜତ୍ ନି'ମିଲେ ଲମ୍‌ଚଟୁ ବଲି

ପରାଧୀନ୍ ଭାରତେଁ ବୁଚ୍‌କାବୁହୁମାନ୍‌କଁର୍‌

ଭରି ସାରିଛେ ତାକଁର୍ ଝୁଲି।୪

ଗରିବ୍‌ ଯଦି ତୁମର୍ ବଡ଼୍‌ ବଂଧୁ ଇହାଦେ ହେଲେ

ତୁମେ କେନ୍‌ତା ହେଲ ଏଡ଼େ ଧନୀ

ଅମିର୍ ହଟାଲେଁ ସିନେ ସଭେ ବରାବର୍ ହେତେ

'ଗରିବି ହଟାଓ' ଛାଡ଼ୁଛ କେତେ ଧ୍ବନି ।୫

ଗରିବ୍ ନାଇଁ ହଟେ ସର୍‌କାରୀ ସୁବିଧା ଲାଗି

ସଭେ ବନୁଛନ୍‌ ସର୍‌କାରୀ ଗରିବ୍

ଅମିର୍ ବନ୍‌ବାକେ କିଏ ମନା କର୍‌ବା କାଏଁ

ଲୁକେ ବଦ୍‌ଲେଇ ଚାଲିଛନ୍ ନସିବ୍।୬

ବାପ୍ଅଜା ଆମର୍ କାଣା ଥିଲେ ବଲି ଦିନେ

ଇଛେନ୍‌ ଆମେ ଆଉ ହେମା କାଣା?

ତାକର୍ ନାଆଁଥିଁ ସଁଖ୍‌ଲି ପାରୁଛୁଁ କଲାଧନ୍‌

ଆଏଁଖ୍ ଥାଇ ଲୁକେ ବନୁଛନ୍ କଣା।୭

ଆମେ କିଏ, ଦେଶର୍‌ ଲାଗି କାଣା କର୍‌ମା ବନ୍‌ଏ

ଦେଶ୍‌ କାଏଁଯେ ହେଲାନ ଭରଂଗ୍‌ଲା

ଇ କଥା ଯଦି ଜାନିପାର୍‌ତାଁ ଏଭେଁ ସତେଁ ହୋ

ହେତାଁ ବାପର୍ ଦଶ୍‌ମାସିଆ ପିଲା।୮

ପାଏନ୍‌ ଛିଚା ଦେଖି ଛତା ଆଡ଼ୁଥିଲେଁ ହର୍‌ମିଶା

ହେସି କେତ୍‌ନିକେତେ ଫାଏଦା

ଦେଶ୍‌ବାସୀ କେନ୍‌ତା ସୁଖେଁ ରହେବେ ବୁପ୍‌ରେ

ଭୋଟେଁ ଯେନ୍‌ତା କର୍‌ସୁଁ ୱାଦା।୯

ଆଜାଦୀ କୁଟୁମର୍‌ ସଭେ ମାହାପୁରୁ ନୁହନ୍‌

ଅସ୍‌ଲି ନେତା ଗଲେନ କେଭୁଁ ପାହି

ବାପ୍‌ ଅଜାର୍‌ ପୂଇନ୍‌କେ ନିଜର୍‌ କାମେ ଲଗେଇ

ଦିନ୍‌ ରାଏତ୍‌ ମାରୁଛନ୍‌ ଖାଲି ହାଇ। ୧୦


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational