STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

ନିଲମ୍ବନ

ନିଲମ୍ବନ

1 min
382


ସରକାରୀ ଅବା ବେସରକାରୀ

କଲେ କର ତୁମେ ଯେଉଁ ଚାକିରୀ

ନିୟମ ଭିତରେ ରହ

ନିୟମ ବାହାରେ ରହିବ ଯଦ୍ୟପି

ନିଲମ୍ବନାଦେଶ ନିଅ ।


ଚାକିରିର ସକଳ କଟକଣା

ନିୟମ ଭିତରେ ହୁଅଇ ଗଣା

ଚାକିରି ବୋଲାଏ ସେବା

ବିଧି ବ୍ୟବସ୍ଥାର ଭିତରେ ରହିବା

ପରର ହିତ କରିବା ।


ମନଇଚ୍ଛା କେହି କଲେ ଚାକିରୀ

ବିଧି ବିଧାନରୁ ଗଲେ ବାହାରି

ହୋଇଥାଏ ନିଲମ୍ବନ

ନିଲମ୍ବିତ ହେଲେ ପ୍ରୋସିଡିଙ୍ଗ୍

ହୋଇ ମାଗନ୍ତି ଏକ୍ସପ୍ଳାନେସନ।


ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ଯ ହୁଅଇ

ତାହା ଭିତରେ ଉତ୍ତର ଆସଇ

ଉତ୍ତର ଆସିଲା ପରେ

ତଦନ୍ତକାରୀ ନିଯୁକ୍ତ ହୋଇ

ତଦନ୍ତ ହୁଏ ତାହା ଉପରେ ।


ତଦନ୍ତକାରୀ ଅଫିସର ନିଜ

ରିପୋର୍ଟ ପ୍ରଦାନ ପୂର୍ବକ ହେଜ

ନିଜ ମନ୍ତବ୍ଯ ପ୍ରଦାନ

କରିବା ପରେ ସେ ରିପୋର୍ଟ ଉପରେ

ହୁଅଇ କାର୍ଯ୍ଯାନୁଷ୍ଠାନ ।


ନିଲମ୍ବନ ହୋଇ ଯେ ରହିଥାଏ

କେବେ ତାକୁ ଦଣ୍ଡ ପ୍ରଦାନ ହୁଏ

ଦଣ୍ଡ ବିବିଧ ପ୍ରକାର

କେବେ ଅର୍ଥଦଣ୍ଡ କେବେ ବା ବିଦାୟ

ଚାକିରିରୁ ହୁଏ ତାର  ।


ନିଲମ୍ବନ ଯେଉଁ ବ୍ୟକ୍ତିଟି ହୁଏ

ନିଜେ ମାନସିକ କଷ୍ଟ ସେ ପାଏ

ପରିବାର ତାର କଷ୍ଟ

ଭୋଗନ୍ତି ଏକଥା ମିଛ ନୁହେଁ ସତ

ଦିବାଲୋକ ସମ ସ୍ପଷ୍ଟ ।


ବିଚ୍ୟୁତ କେବେ ନୀତିରୁ ନହୁଅ

ନିଲମ୍ବନ ହେବ କାହିଁକି କୁହ

ଆଦର୍ଶ ସଭିଙ୍କ ହୁଅ

ଚାକିରି ଜୀବନ ସୁଖରେ କଟିବ

ଯିବ ନିଲମ୍ବନ ଭୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational