Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଲଙ୍କାରେ ରାମନାମ

ଲଙ୍କାରେ ରାମନାମ

1 min
280



ଜୟ ଜୟ ବାୟୁ ପୁତ୍ର ବୀର ହନୁମାନ

ବାୟୁବେଗରେ କରିଲ ସମୁଦ୍ରଲଂଘନ l


ରାମନାମ ତୁଣ୍ଡେ ଧରି ମଶକ ରୁପରେ

ନିଶଙ୍କ ପଶିଲ ଯାଇ ସ୍ଵର୍ଣ୍ଣ ଲଙ୍କାପୁରେ l


ଲଙ୍କିନୀ ପଥ ଓଗାଳେ ମାରି ବ୍ରହ୍ମ ମୁଥ

ଦେଖିଲ ରାକ୍ଷସ ନିଦ୍ରା ଗତ ଯୂଥ ଯୂଥ l


ସ୍ତିରୀ ପୁରୁଷ ସରବେ ହୋଇ ଉଲଗନ

ଶୋଇରହିଛନ୍ତି ଦେଖି ସୁଖରେ ସପନ l


ଅର୍ଦ୍ଧ ଯାମେ ବୁଲି ବୁଲି ଗଲ ସିନା ଥକି

ସନ୍ଧାନ ନମିଳେ କାହିଁ ଅଛନ୍ତି ଜାନକୀ l


ଭାସିଆସେ ଦୁରୁଁ କାହୁଁ ପ୍ରଭାତୀକୀର୍ତ୍ତନ

ବିସ୍ମୟ ଲଙ୍କା ପୁରରେ ପୁଣି ରାମନାମ l


ଦୁରେ ଦେଖି ଶ୍ରୀ ହରିଙ୍କ ସୁନ୍ଦର ମନ୍ଦିର

ଭକ୍ତପ୍ରବରଙ୍କ ପାଶେ ହୋଇଲ ହାଜର l


ଅତି ହର୍ଷେ କହନ୍ତି ସେ ଭକତଙ୍କ ନାହା

ଲଙ୍କାପୁରେ ଅଛି ଯଥା ଦନ୍ତମଧ୍ୟେ ଜିହ୍ୱା l


ରାବଣର ଭାଇ ମୋର ନାମ ବିଭୀଷଣ

ସଉଭାଗ୍ୟେ ପାଇଲି ମୁଁ ତବ ଦରଶନ l


କୁହ କୁହ ଆହେ଼ ଭକ୍ତାଗ୍ରଣୀ ରାମ ଦୂତ

ସତେକି ପ୍ରଭୁଙ୍କ ମୁହିଁ ପାଇବି ସାକ୍ଷାତ l


ଗାଢ଼ ଆଲିଙ୍ଗନେ ବିଭୀଷଣ, ହନୁମନ୍ତ

ଦୈବତେ ବର୍ଷନ୍ତି ସ୍ବର୍ଗୁ ପୁଷ୍ପ ପାରିଜାତ l


ମାଆ ବନ୍ଦିନୀ ଅଛନ୍ତି ଅଶୋକ କାନନ

ସନ୍ଦେଶପାଇ ଚଳିଲେ ଭକ୍ତ ହନୁମାନ l


ଜୟ ଶ୍ରୀରାମ ଜାନକୀ ଭକ୍ତ ବିଭୀଷଣ

ଜୟ ଆଞ୍ଜନେୟ ଜୟ ଅସାଧ୍ୟ ସାଧନ l

         

           


Rate this content
Log in

Similar oriya poem from Inspirational