ପ୍ରଶ୍ନ ଓ ପ୍ରେମ
ପ୍ରଶ୍ନ ଓ ପ୍ରେମ
ପ୍ରଶ୍ନ ଆସେ ମୋର ମନରେ
ଖୋଜେ ଉତ୍ତର ତାର
ପ୍ରେମ ବୋଲି ନାମ ଯାହାର
ସିଏ କେଡେ ମଧୁର ।
ରୂପ ଛଟା ତାର କିପରି
ସ୍ଥିତି କେଉଁଠି ତାର
କେଉଁଠୁ ଆସିଲା ସେ ପ୍ରେମ
କାହିଁ କରିଲା ଘର ।
ମଧୁର ଏ ପ୍ରେମ ଶବଦ
ରୂପ ଅନ୍ତର୍ନିହିତ
ଆଖିକୁ ସେ ଦେଖା ନଯିବ
ଅନ୍ତର୍ଚକ୍ଷୁ ସୀମିତ ।
ରୂପ ଛଟା ତାର ସବୁ ତା
ଅନୁଭବୀ ଜାଣଇ
କଥାରେ ବୁଝାଇବା ଲୋକ
କହ ମିଳିବ କାହିଁ ।
ଜାତ ହେଲା ମନ ଭିତରୁ
ବସା ବାନ୍ଧିଲା ମନେ
ନିବାସ କରିଲା ରହି ସେ
ତହିଁ ଅତି ଯତନେ ।
ପ୍ରେମାସ୍ପଦ ଯେବେ ମିଳିଲେ
ହୋଇଲେ ଏକାକାର
ପ୍ରେମୀ ପ୍ରେମାସ୍ପଦ ମିଳନ
ଲାଗେ କେଡେ ମଧୁର ।
ସ୍ବର୍ଗୀୟ ଏ ପ୍ରେମ ବିକଳ୍ପ
ତାର ମିଳିବ କାହିଁ
ଜୀବନ ଧରିବା ସହଜ
ପ୍ରେମ ବିନା ନୁହଇ ।
ହାଟ ବଜାରରେ ଏ ପ୍ରେମ
କାହିଁ ନହୁଏ ବିକା
ପଢିଲେ ଏ ପାଠ ସୁନ୍ଦର
ହୁଏ ଜୀବନ ନୌକା ।
ଅଢେଇ ଅକ୍ଷର ପ୍ରେମଟି
ମନେ ନଧର ଆନ
ପଣ୍ଡିତ ହୋଇବ ଏ ପ୍ରେମ
ପାଠ କର ପଠନ ।
