ବରଷା ରାଣୀ
ବରଷା ରାଣୀ
ଟୁପୁର ଟୁପୁରୁ ବରଷିଲା ମେଘ
ଆସିଲା ବରଷା ରାଣୀ
କଳା ମେଘମାଳ ଓଢଣୀ ସାଥୀରେ
ବିଜୁଳି ଚମକ ନେଇ
ଘଡଘଡି ଶବ୍ଦରେ ଚାରିଆଡ଼
କମ୍ପୁଥାଏ ରହି ରହି
ଶୀତଳ ପବନ ବହି ଚାଲିଯାଏ
ସଭିଙ୍କ ଭିତରେ କୁହାକୁହି
ଦେଖଦେଖ ବରଷା ରାଣୀର
ଧୀରେ ଧୀରେ ଧରା ପୃଷ୍ଟ କୁ ଆଗମନ ହୁଏ
ସଭିଙ୍କ ମନରେ ଅପରୁପ
ଆନନ୍ଦ ଖେଳିଯାଏ
ମେଘ ମାଳା ସବୁ ଦେଖିଲେ ଏକାଠି
ମୟୂର ନାଚୁ ଥାଏ ଢଳିଢଳି
ଚଷାଭାଇ ମନେ ଆଶାର କିରଣ
ବରଷାକୁ ଦେଖି ହୁଏ
ବନ ଉପଵନ ଆନନ୍ଦ ମନରେ
ସ୍ୱାଗତ ଜଣାଉଥାଏ
ଚାରିଆଡ଼ ଦିଶେ ଶ୍ୟାମଳଲତା
ହସୁଛି ଦେଖ ଧରଣୀ
କୀଟରୁ ପତଙ୍ଗ, ଏ ଜୀବଜଗତ
ଚାହିଁ ଥିଲେ ବାଟ ଯାହାର
ଆକାଶ ବୁକୁରେ ଧୀରେ ଧୀରେ
ବରଷା ଝରି ଚାଲେ ନିରନ୍ତର
ନଦୀ, ନାଳ, କୂଅ, ପୋଖରୀ ସବୁଠି
ଜଳରେ ହସେ ତରୁ, ବୃକ୍ଷଲତା
ଗ୍ରୀଷ୍ମ ଚାରିମାସ ଉତ୍ତପ୍ତ ଧରଣୀ
ହା ହା କାର ଚାରିଆଡ଼
ଜନ ସମାଗମ ଡହକ, ବିକଳ
ଜଳ ଟୋପେ ପାଇଁ ସବୁଠି ଆକୁଳ
ସାଥୀରେ ସାଉଁଟି ଆଣିଛି ବରଷା
କେତେ ପ୍ରକୃତି ର ଉପହାର ଆମପାଇଁ
ମହା ପ୍ରଭୁଙ୍କର ରଥଯାତ୍ରା କଥା
ଭୁଲିକେ ପାରିବ ଭାଇ
ଭାଇ, ଭଉଣୀକୁ ନେଇ ବାହାରନ୍ତି
ଯାତରା ଲଗାଇ ଦେଇ
ଭକତଙ୍କ ଭିଡ଼ ଶ୍ରୀ କ୍ଷେତ୍ରରେ ହୁଏ
ପ୍ରଭୁଙ୍କୁ ଦେଖିବା ପାଇଁ
ବାହୁଙ୍ଗୀ କାନ୍ଦରେ ପାଣି ଭାର ଧରି
ଭକ୍ତଙ୍କ ଛୁଟି ଆସେ ସାମଗମ
ଶିବାଳୟ ସ୍ଥାନ ହୁଏ ପରିପୂର୍ଣ
ଚଳ ଚଞ୍ଚଳ ଚାରିଆଡ଼ ହୋଇଯାଏ
ବରଷାରେ ଭିଜି ମନ ଆନନ୍ଦ ରେ
ପ୍ରଭୁଙ୍କ କରୁଣା ଝରୁଥାଏ
ସୃଷ୍ଟି ର ରଚନା କରିଛ ହେ ପ୍ରଭୁ
ହେ ନୀଳଗିରୀ ଗୋସାଇଁ
ତୁମରି କରୁଣା ଯାଉଥାଉ ଝରି
ତୁମେ ରହିଥାଅ ଚାହିଁ ।