STORYMIRROR

Sudhir Panda

Others

4  

Sudhir Panda

Others

ଆମର୍‌ କଥା ତୁମର୍‌ ଲଥା

ଆମର୍‌ କଥା ତୁମର୍‌ ଲଥା

2 mins
376


କହେବାର୍ ଲୁକେ କେତେ କଥା କହେବେ

ଆମେ ଶୁନୁଥିମା ସିନା

କାହାର୍ କାମ୍‌ ଅସ୍‌ଲି କେନ୍‌ଟା ନକ୍‌ଲି

କେନ୍‌ତା ପଡ଼୍‌ବା ଜନା ।

ଆମର୍ ଘରେଁ ସୁର୍‌ଷୋ ଫୁଟ୍‌ଲେ

କହେବ ଫୁଟୁଛେ କାଏଁ ବମ୍

ତୁମର୍ କଥା ସବୁ ଗୁପତ୍ ରହେସି

ନାଇଁ ହୁଅନ୍ ହୋ ବମ୍ ।

ଆମର୍ ଟୁକେଲ୍ ଟ୍ଯୁସନ୍ ପଢିଗଲେଁ

ମାଷ୍ଟର୍ ସାଂଗେଁ ଯିବା ଫସି

ତୁମର୍ ଘରେଁ ଡିଁଡ଼ା ଡୁମେର୍ ଖାଏଲେଁ

' ନିଉ ଏକ୍‌ସ୍‌ପେରିମେଂଟ୍‌ ' ହେସି ।

ହଜାରେ ଟଁକିଆ ନୋଟ୍‌ ଦେଖ୍‌ବାର୍‌

ଆମର୍ ଲାଗି ସେଟା ସପନ୍

କୁଟିକୁଟି ' ଡଲାର୍‌ ' ବନେଇ କରି

ଗେଫିଦେସ ଦେଶର୍ ଧନ୍ ।

ଦୁଇଦିନ୍‌ ଗେଜେଟେଁ ବାହାର୍‌ବା ଫଟୁ

ଫେର୍ ଯେନ୍‌ଟାକେ ସେନ୍‌ଟା

ପଏସା ହାତେଁ ଥିଲେଁ କିଛି ନି ବିଗ୍‌ଡ଼େ

କାହାର୍ ହଉଛେ କାଏଁ ଘାଟା ।

କହେସନ୍‌ ଲୁକେ ଖେଲୁଛନ୍ ଚାଲ୍

ମତେ ଫସାବାର୍ ଲାଗି

ସିଂହ୍ ବାଗିର୍ ରପ୍‌ଟିଲା ପୁଲିସ୍ ବାବୁମାନେ

ମୂଷା ଲେଖେଁ ଆଏସନ୍ ଭାଗି ।

ପଚ୍‌ରାଲେଁ କହେବେ ଆମର୍ କାମ୍

କରୁଛୁଁ ଯେନ୍‌ଟା ଆଇନ୍

ଚାକ୍‌ରିକେ ଭିଲ୍‌ ବଁଚାବାକେ ପଡ଼ୁଛେ

ନାଇଁ ତ ଘର୍ ହେବା ଶୂଇନ୍ ।

ଖେତୁଁ ଖଲୁଁ ଆସି ଥିର୍ ଢୁକେ ପିଇଲେଁ

ମାଡ଼ି ଆଏସି ଆମକୁଁ ଝୁମ୍‌ରା

ମଠିଏ ମଦ୍ ଢେଁକ୍‌ଲି ଡଲା ଡଲା ଗେଫି

ହେସ ସାରା ରାଏତ୍ ଉସ୍‌ନିଦ୍ରା ।

ଆମର୍ ଝି ବହ ଧାଂଗ୍‌ରି ବଏସୁଁ

ଦେଖ୍‌ବାର୍‌କେ ଲାଗ୍‌ସନ୍‌ ବୁଢ଼ୀ

ତମର୍ ଝି ବହ ମୁର୍‌ଝେଇ ଗଲେଁ

କହେସ ତାହାକୁଁ ଫୁଲ୍‌କଢ଼ି ।

ଆମର୍ ଟୁକ୍‌ଲେ କେନ୍‌ତା ହଁସ୍‌ବେ

ହଁସ୍‌ଲେଁ କହେବ ଦାଁତ୍‌ରି

ତମର୍ ଦାଁତ୍‌ରି ଟୁକେଲ୍ ସବୁ ଦାତେଁ

ସୁନା ଲଗେଇଛେ ଭଅଁରି ।

ଆମର୍ ନନୀ ଝୁଁଟି ଲେଖେଇଛେ କୁହୁନିନ

କହେସ ତାହାକେ ଆଦିବାସୀ

କେଡ଼େ ଯୁଦ୍ଧା ' ଟେଟୁ ' ତୁମର୍ ଝି'ର୍‌ ପିଠିଁ

ଗଲାଲୋକ୍ ଉଲ୍‌ଟି ଦେଖ୍‌ସି ।

ଡାକ୍ତର୍ ଖାନାକେ ଯିବାର୍‌କେ ନିପଡ଼େ

ଘରେଁ ଯାଏସୁଁ ଆମେ ପାହି

ଗୁପତ୍ କୁଠିଥିଁ ଯତ୍‌ନାସନ୍ ତୁମକୁଁ

କାଏଁ ବେମାର୍ ନି'ପାର କହି ।

ତୁମର୍ ସବୁ କାମ୍ ଗଡ଼୍‌ବଡ଼୍‌ ଥିଲେଁ

ସଭେ କହେବେ ଠିକ୍‌ଠାକ୍

ଆମର୍ କାମ୍ ଟିକେ ଢିଲା ହେଇଗଲେଁ

ଫଟାସନ୍‌ ଆମର୍‌ ନାକ୍‌ ।

ଆମର୍ ଛୁଏ ବନ୍ଏ ପାଠ୍ ପଢ଼୍‌ଲେଁ

ତମର୍ ଗିଜେଁ ଲାଗ୍‌ସି ମିର୍‌ଚା

ତମର୍ ଛୁଆ ପୁତା ଫେଲ୍‌ ହେଲେଁ ବଲ୍‌ସ

ଫାଲ୍‌ତୁ ପାଠେଁ ନାଇଁନ ଇଚ୍ଛା ।

ଚାକିରି ନାଇଁ କରେ ମୋର୍ ପିଲା

ପଢ଼ିକରି କର୍‌ବାକେଁ କାଣା

ବିଜ୍‌ନେସ୍‌ ଲାଇନ୍‌'ଥିଁ ' ପଲିଟିକ୍‌ସ୍‌ ' କର୍‌ବା

ଇ କଥା ଆଘୋନୁ ଜନା ।

ବୁତଲ୍ ବୁତଲ୍ ଢେଁକ୍‌ଲିବା ପହେଲା

ହୁଦେ ଟୁକେଲର୍ ପଛ ଧରି

ଇ ' ବିଜ୍‌ନେସ୍‌ ଟ୍ରେନିଂ ' ନୁ ଉଭ୍‌ରି ପାର୍‌ଲେଁ

ପଲିଟିକ୍‌ସ୍‌' କର୍‌ବା ଜୋର୍ କରି ।

ଆମର୍ କାମ୍ ତୁମ୍‌କୁଁ ବଡ଼େ ଅସ୍‌କଟିଆ

ଆମେ ନି'କରୁଁ ତୁମର୍ କାମ୍

ସେଥିର୍ ଲାଗି ନି'ମିଶୁଁ ତୁମର୍ ସାଂଗେଁ

ଦୂରୁଁ କର୍‌ସୁଁ ରାମ୍ ରାମ୍ ।

ରାମ୍ ରାମ୍ ଶୁନି ଭାବିଦେସ ଇ ଶଲେ

ସବୁ ଡୁଡ଼ୁମ୍ ପାଏନ୍‌ବେଡ଼ା

ଇଜତ୍ ଗୁଆଁଲେଁ ବର୍ତି ନି'ପାର ପୁହେ

ଉଠାମୁଁ ପାଁଚ୍ ହାତିଆ ଗେଡ଼ା ।


Rate this content
Log in