ଭକତ୍ ଆଉର୍ ଭଗ୍ବାନ୍
ଭକତ୍ ଆଉର୍ ଭଗ୍ବାନ୍
ଜଗନ୍ନାଥ୍ ଜଗନ୍ନାଥ୍ ଜଗ୍ଜାହିର୍ ଜପୁଛ
ଗୁଗେଇ ଯିବ କାଏଁ ସଟ୍କି
କାଣା ହରାଲ କାଣା ପାଏବ ଯେ
ନାଚୁଛ ସଭେ ଉତ୍କି
କମାଲା ଲୁକେ କମେଇ ଚାଲିଛନ୍ ଧନ୍
ତାକଁର୍ ଭଁଡାର୍ ଭରୁଛେ ତୁମର୍ ଦୟାନୁ
ଯେନ୍ଠାନେ ଧନ୍ ସେନ ଥିବା ମନ୍। ୧
କେତେ ନାଟ୍ ଡଁଡ଼୍ ପାଲା ଲାଗି ରହିଛେ
କମାବାକେ ଖାଲି ଟଁକା
ପଏସାବାଲାକେ ସମ୍କିରିର୍ ଆଦର୍
ଗରିବ୍କେ ଦେଖି ମୁହୁଁ ବଁକା
ଏତେ ଯାକ୍ଯମ୍କେଁ ଭିଲ୍ ଭୁଖା ପେଟେଁ
ଶୁଇବାଟା ତାର୍ ଭାଏଗେଁ ଲିଖା ହେଇଛେ
ଗଡ଼୍ଗଡ଼ି ଦେସି କେନ୍ ପର୍ଛି ତରାପଟେଁ।। ୨
କମାନି ନାଇନ ଯେତ୍କି ମୋର୍ଠାନେ
ତାର୍ଠାନୁ ଅଏଧ୍କା ଚାଂଦା
କେନୁ ପାର୍ମି ଦେଇ ତରାପଟିଆ ହେଇ
ଦେଖୁଛେଁ ଇ ସବୁ ନୂଆଁଧଂଦା
ଜଗନ୍ନାଥ୍ ଘୁଷି ଭାବୁଛନ୍ ମାହାପୁରୁ ନିଜ୍କେ
ଡିଁଡ଼ା, ମାଏଝି ଟୁକ୍ଲେ ଜଖେଇ ତାକଁର୍ ପଛେଁ
ଧଏନ୍ ଧଏନ୍ ସେ ଭାଁଡ଼୍ ଗାହାକ୍ ମାନ୍କେ। ୩
ମାହାପୁରୁ ଭି ନିଜେଁ ରଥେଁ ବଘି ଆଏସନ୍
ଯାହାକେ ଘିଚ୍ସନ୍ ଭକତ୍
କଲାକାର୍ ସିଧା ବିମାନେ ପଧାର୍ସି
ନି'ଥାଏ ତାର୍ ଫୁର୍ସତ୍
ପର୍ଭୁର୍ ନାଆଁ କରୁଛେ ବୁପ୍ରା ପର୍ଚାର୍
ମାହାପୁରୁ ଠାନୁ ଭକତ୍ ନିଶ୍ଚେ ଉଁଚା ହୋ
ବୁଝିଛନ୍ ଭକ୍ତେ ଇଟା ତାହାକୁଁ ଦର୍କାର୍। ୪
ଭକତ୍ ଲାଗି ସିନା ଭଗବାନ୍ ସଁସାରେଁ
ନାଇଁତ ଯାଏତେନ ହଜି
ପଏସା ଯଦି କୁଲ୍ଛତର୍ ଛୁଟୁଛେ
ଚାଲିଛେ ତାଁକର୍ ମର୍ଜି
କାଏଁଯେ ଭାବ୍ବ କିଏ ଆନ୍ ଜଗନ୍ନାଥ୍
ଆମର୍ ଭଦ୍ରି ଯାହାର୍ କୁର୍ପାନୁ ଥଲ୍ଥଲାଲା
ଆଶୀର୍ବାଦ୍ ଆଏ ନି' କହିପାର ଆତ୍ମସାତ୍। ୫
