ରେଲ୍ ଗାଡ଼ିର୍ ଯାତ୍ରା
ରେଲ୍ ଗାଡ଼ିର୍ ଯାତ୍ରା
କେଭେଁ ଦେଖାଚାହାଁ ନାଇଁ ହେଇଥିଲେଁ ଭିଲ୍
ବନିକରି ଘାଏକର୍ ବଂଧୁ
ଉତ୍ରି ଗଲେଁ ଥରେ କିଏ ପଚ୍ରଉଛେ
ଚୋର୍ ଥିଲା କି ସାଧୁ
ବନ୍ଏ କରି ଗଲେଁ ଘର୍କେ ପହଁଚି
ଥୁଡ଼େ ଦିନର୍ ଲାଗି ସୋର୍ ରହିଥିସି
ସମେ ଗୁଇଁଗଲେଁ ହେସି ମୁର୍ଛି।
ଆମ୍ନେ ସାମ୍ନେ ବସିଥିଲେଁ ଗୁଟେ
ମନ୍ପସଂଦ୍ ସୁଂଦ୍ରୀ
ରେଲ୍ଗାଡ଼ି ବଘା ଲାଗୁଥିସି ମଜା
ଘାଏକେ ଘାଏ ନିଘା କରି
ବିନାକାମେ ଛନେକେଛନେ ଲାଗି କଥା
କେନ୍ତାକରି ସମେ ଗୁଇଁସି ତୁର୍ତି
ନି ଲାଗେ ସହଜେଁ ପତା।
ଇ ଗାଡ଼ି ଭିତରେଁ ଲଗାଜୁରା କରି
ବସି ଯାଏସି କେତେ ଘର୍
ପହେଲା ଦେଖାଥିଁ ମନ୍ ମିଲିଗଲେଁ
ବନି ଯାଏସନ୍ ନିଜର୍
ଚିକ୍ନି କାଲିର୍ ସାଂଗେ ମାଗୁର୍ ଗୁରିଆ
ଶାଲୀ ସଂଗାତ ମାଏନ୍ ଜୁରାଜୁରି ହେଇ
ଲାଗୁଥିବେ ଖାଲି ହୁରିଆ।
ଖେତେଁଖଲେଁ ଆମେ ଖାଲି ପେଟେଁ ରହି
କରି ପାର୍ସୁଁ କଡ଼ା କାମ୍
ରେଲେଁ ବସି ମୁହୁଁ ବଂଦ୍ ନାଇଁହୁଏ ଘାଏ
ଘିନ୍ସୁଁ ଦେଇ ଜହ ଦାମ୍
କେଭେଁ ମୁଗ୍ଫଲି ଚନା କେଭେଁ ସିଂଘ୍ଡ଼ା
କପ୍ଲଉ ଥିବେ ଉଂଝାକୁଁ ଦେଖିଦେଖି
ଭାବିକରି ସେମାନ୍କୁଁ ବେଡ଼ା।
ଫେରିବାଲାମାନେ ପସ୍ରା ବୁହିକରି
କିଂଦ୍ରୁଥିବେ ସବୁଠାନେ
ଦୁକାନେ ସିନା କୁକୋ ମେନ୍ମେନ୍ସା ନୁକୋ
ମିଲିଯାଏସି ଇ ଠାନେ
କହୁଥିବେ ଦେଖ୍ବାର୍କେ ନି ଲାଗେ ପଏସା
ଶସ୍ତା ବଲି ଲୁକେ ଘିନି ପକାସନ୍ ସେଟା
ଘରେଁ ହେସନ୍ ପଛେଁ ରିସା।
କେତେ ଚୋର୍ ଠକ୍ ସାଧୁ ଭେଶେଁ ଆସି
ଦଉଥିବେ ପର୍ବଚନ୍
ତାକଁର୍ କଥା ଶୁନି ଫସି ଯାଏସନ୍
ଗୁପ୍ଲି ଯାଏସି ତୁର୍ତି ମନ୍
ବିକି ପକାସନ୍ କେତେ ଉଷୋ ଡଅଁରିଆ
ଉତ୍ରିଗଲେଁ ସେମାନେ ଜନା ପଡ଼୍ସି ସେଟା
ବନେଇଦେଲା ଶଲା ଭକୁଆ।
ଟେମ୍ଚେନ୍ ହଇ ଭିକ୍ ମାଗୁଥିବେ
ଗାଉଥିବେ ସୁଂଦର୍ ଗାନା
ଢୁଲ୍କି ହାର୍ମନି ଠିକ୍ଡ଼ି ବଜେଇ
ସଏକାତ୍ କଲ୍ଗାନା
ଗୀତ୍ ଶୁନି ତାହାକୁଁ ଦେଇଦେଲେଁ ଟଁକେସୁକେ
ଦେବୀ ଦେବତା ଲେଖେଁ ଆଶୀର୍ବାଦ୍ ଦେବେ
ଶୁନି ଉସତ୍ ହେସନ୍ ଲୁକେ।
ମୁହୁଁ ଫେସ୍କେଇ ଗୁହାରୁଥିବେ କେତେ
ତାଁକର୍ ଜୀବନ୍ କଥାନି
କାହାର୍ ପଏସା ମାହାଲିଆ ଅଛେ କାଏଁ
ପୂରା କର୍ବା ମଗ୍ନି
କାଂଦି ରେଁକି ମୁଡ଼ିଆ ମାରି ଯାଏସନ୍ ସେମାନେ
ରୋଜ୍ ସବୁ ଦୁରୁଶ୍ ଦେଖୁଥିସନ୍ ସଭେ
ଗାଡ଼ି ପହଁଚି ଯାଏସି ଟେସନ୍ ଠାନେ।
ଘାଏକର୍ ବଂଧୁ ସାହାଯ୍ କର୍ବେ
ଉତ୍ରାବାର୍କେ ବୁଝା
ହାବ୍ଡ଼ିଗଲେଁ ମାଈ ବାହାରି ଯାଏସି ମଜା
କରିପକାସନ୍ ସତେଁ ବଝା
ଗାଡ଼ି ସୁର୍ଲି ମାରି ଭାଗ୍ସି କୁହୁଲା ଛାଡ଼ି
କୁଲି ଘେରିଯିବେ ଲାଲ୍ ଦଗ୍ଲି ପିଂଧି
ଟିକସ୍ବାବୁ ଟପ୍କିବେ କଲା କୋଟ୍ ଉଢ଼ି।
କେଭେଁ ବଡ଼େ ମଜା କେଭେଁ କେତେ ଦୁଃଖ୍
ଥିସି ଇ ଚିପୋ ରେଲ୍ବଘା
ଗାଡ଼ିକେ ଫରକ୍ ନାଇଁଥାଏ କିଛି
ରପ୍ଟୁଥିସି କରି ନିଘା
ଲୁକେ ଛୁଆନୁ ହେସନ୍ ପଛେଁ ଦିନେ ବୁଢ଼ା
ରେଲ୍ କେଭେଁ ବୁଢ଼ା ହେବାର୍ ନି ଦେଖିଁ ହୋ
ହର୍ମିଶା ଯୁଆନ୍ ମାର୍କଁଢ଼ିଆ ଘୁଡ଼ା।
