STORYMIRROR

Sudhir Panda

Children

3  

Sudhir Panda

Children

ସମଲ୍‌ପୁରୀ ଆଧୁନିକ୍‌ କବିତା

ସମଲ୍‌ପୁରୀ ଆଧୁନିକ୍‌ କବିତା

2 mins
159


"ଆଉର୍‌ ମଜା ଆଉଛେ ଦେଖ

ପାନ୍ ବିଡ଼େ ବିଡ଼େ ଖାଉଛେ ଦେଖ

କିଏ ଦୁଇ ଜନ୍ ଆସୁଛନ୍ ଦେଖ

ଗୁଛା ତଲେଁ ବସି ଗଲେନ ଦେଖ

ମୁଡ଼୍‌ ଉପ୍‌ରେଁ ବେଲ୍ ଆଏଲାନ ଦେଖ

ଜାଗା ଛକାଛିନା ହେଲାନ ଦେଖ।"

"ଦେଖୁଛ ପିଲେ"

"ହଁ ଦେଖୁଛୁଁ "

"ସେ ଦୁହି ଜନ୍‌ କେନ୍ ଆଡେଁ ଗଲେ?

"ଆମେ ନି'ଜାନି ବୁଆ"

"ବେକୁବ୍ ଚିକିର୍ ପୁହେ, ମୁଇଁ ଗଧ ବାଗିର୍ ରଡ଼ୁଛେଁ

ତମେ ଆଏଁଖ୍ ଫାଡ଼ି ଦେଖି କରି ଭିଲ୍ ନି ଜାନି ପାର୍‌ଲ

ଯ ଖେଲ୍‌ ଖତମ୍, ପଏସା ସରିଗଲା, ଉଠ ଯ।"

" ନାଇଁ ଆମେ ଆଉର୍‌ ଦେଖମୁ"

"ଅଏତ୍‌କା ପଏସା ଲାଗବା। ଦେବ?"

"ହଁ ଦେମୁ "

"ତ ପଏସା ବାହାର୍‌ କର"

"କେତେ ଲେଖେଁ"

"ଆଉର୍ ଆଠ୍‌ନି ଗୁଟେ ଗୁଟେ। ପଂଦ୍‌ର ମିନିଟ୍ ଲାଗି।"

"ଦେଖୁଛ ପିଲେ"

"ହଁ ଦେଖୁଛୁଁ।"

"ସେ ଦୁହି ଜନ ଉଠ୍‌ଲେନ ଦେଖ। ରାଁପିକୁରି ହେଇ ଆସୁଛନ୍ ଦେଖ।

କିଏ ମାଏଝି କିଏ ମୁନୁଷ୍ ଚିହ୍ନ୍‌ବ କାଏଁ ଦେଖ।

ସବୁ ଗୁଟେ ବାଗିର୍ ଦିଶୁଛନ୍ ଦେଖ।

ବସ୍ତା ଗିଜ୍‌ମୁନା, ଚିପା ଗେଂଜି, ଦଗ୍‌ଲି ପିଂଧିଛନ୍ ଦେଖ

ଘମ୍ ଘମ୍ ତାହାକୁଁ ଗହଦୁଛେ ଦେଖ।"

"ବନେକରି ଦେଖ ରେ ମିଂଚୁଡ଼ୁମାନେ "

"କାଏଁ ହେଲା ଯେ ଗହଦୁଛେ? ଏଭେଁ ଟିକେ ଆଘୋ

କେର୍‌କେରେଇ କରି ଶୀତେ ଥରୁଥିଲେ।"

"ୱା ୱା ଅସ୍‌ଲି କଥାଟା ସେନ ରହେଲା

ପଏସା ଖତମ୍ ଖେଲ୍‌ ଖତମ୍।"

"ନାଇଁ ଆଉର୍ ଆଠନା ନିଅ, ଆମେ ଆଉର୍ ଦେଖ୍‌ମୁ।"

ପଏସା ଦିଅ, ଆଉର୍ ଦେଖ।"

"ଠୁଟି ଗିଜ୍‌ମୁନା ପିଂଧିଛନ୍ ଦେଖ

ଅଧ୍ ନଂଗଲି ବାଗିର୍ ଦିଶୁଛନ୍ ଦେଖ

ଆରେ ନଂଗ୍‌ଲି ନାଇଁସେ, ଚିପା ନଲିପେଁଟ୍ ପିଂଧିଛେ ଦେଖ।

ପେଁଟ୍ ଜଂଘ୍‌ ବିଦ୍‌ରେଇ ଦେବା କାଏଁ ଦେଖ

ଡେଂଗ୍‌ ଡେଂଗ୍‌ ଖୋର୍‌ ଛିପ୍‌ଲି ମାଡ଼ିଛନ୍‌ ଦେଖ

ନଖେଁ ନଖ୍ ପାଲିସ୍ ରେଁତିଛେ ଦେଖ

ଏଭେଁ ଜାନ୍‌ଲ ପିଲେ"

"କାଣା"?

"ଇ ନଖ୍ ପାଲିସ୍‌ବାଲୀ ହେଲା ଉଦୁର୍‌ଛିଏନ୍‌ ଟୁକେଲ୍

ଅଉର୍ ତାର୍ ପଛେଁ ଯେ ମୁହୁଁ ଆମିଲ୍ କରି ବସିଛେ

ସେ ହଉଛେ ଲବାର୍ ଟିଂଗାଲି ପିଲା।"

"ସେମାନେ କାଣା କରୁଥିଲେ?"

"ମୁଇଁ ସେଟା କହି ନି'ପାରେଁ

ଏଭେଁ ଖେଲ୍‌ ଖତମ୍, ପଏସା ଖତମ୍।"

"ପଏସା ଆଉର୍ ଦେମୁଁ, ବଡ଼େ ମଜା ଲାଗୁଛେ।"

"ତମ୍‌କୁ ଫଟୁ ଦେଖି ଆଉର୍ ଗାନା ଶୁନି ମଜା ଲାଗୁଛେ ତ

ତାହାକୁ କେତେ ଅସ୍‌ଲି ମଜା ନି ଲାଗିଥିବା

ବାକି ସବୁ ଖେଲ୍ କାଏଲ୍‌କେ

ଧୀରେ ଧୀରେ ଉଠ ଆଉର୍ ଯ ରେ ବୁଆମାନେ।"



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children