ନିରୀହ
ନିରୀହ
ଦୋଷ କରି ଦୋଷୀ ଖସି ଚାଲି ଯାଏ
ନିରୀହ ପାଉଛି ଦଣ୍ଡ
କିଏ ଏଠି ଲୁଟି ସବୁ ଖାଇ ଦିଏ
ଭଦ୍ର ହୋଇ ଅଛି ଭଣ୍ଡ
ମନେ ମନେ କିଏ ଖାଲି ହସୁ ଥାଏ
ଦେଇ ଯାଏ ଆଖିଏ ଲୁହ
ଅସରନ୍ତି ଦୁଃଖ କୁ ଦେଇ ଯାଏ
କାନ୍ଦୁ ଥାଏ ଯେ ନିରୀହ
ଚଲା ବାଟେ ଦୁଷ୍ଟ କଣ୍ଟା କୁ ପକାଏ
ନିଜେ ହୋଇ ବଳବାନ
ସାଧୁ ସଜ୍ଜନ ଙ୍କୁ ଦାଉ ସାଧୁ ଥାଏ
ସାଜି ସେଇ ସଇତାନ
ମଣିଷ ଭିତରେ ବିଷ ଭରି ଥାଏ
କରେ ଯେ ଅତ୍ୟାଚାର
ଏତେ ନିର୍ଦ୍ଦୟ ନିଷ୍ଠୁର ବୋଲାଏ
ବଚନ ତାର ଖର
ଧନ ପାଇଁ ସଂଘର୍ଷ କରଇ କିଏ
ମିଳେ ନାହିଁ କେବେ ଶାନ୍ତି
ଅଶାନ୍ତିର ଝଡ଼ ଜୀବନେ ବହି ଯାଏ
ଭାବେ କେବେ ମିଳିବ ମୁକ୍ତି
ଦେହରୁ ଯାର ରୁଧିର ନିଗିଡ଼ି ଯାଏ
କିଏ କୁହେ ନାହିଁ ଆହା
ଏନ୍ତୁଡ଼ିରୁ ଜୁଇକୁ କହି ଗଲା ସିଏ
ଦଗଦିଆ ଏଇ ଦୁନିଆ ।
