STORYMIRROR

Suresh chandra Padhy

Inspirational

4  

Suresh chandra Padhy

Inspirational

ନିରୀହ

ନିରୀହ

1 min
267


ଦୋଷ କରି ଦୋଷୀ ଖସି ଚାଲି ଯାଏ

        ନିରୀହ ପାଉଛି ଦଣ୍ଡ

କିଏ ଏଠି ଲୁଟି ସବୁ ଖାଇ ଦିଏ

        ଭଦ୍ର ହୋଇ ଅଛି ଭଣ୍ଡ

ମନେ ମନେ କିଏ ଖାଲି ହସୁ ଥାଏ

        ଦେଇ ଯାଏ ଆଖିଏ ଲୁହ

ଅସରନ୍ତି ଦୁଃଖ କୁ ଦେଇ ଯାଏ

         କାନ୍ଦୁ ଥାଏ ଯେ ନିରୀହ

ଚଲା ବାଟେ ଦୁଷ୍ଟ କଣ୍ଟା କୁ ପକାଏ

        ନିଜେ ହୋଇ ବଳବାନ

ସାଧୁ ସଜ୍ଜନ ଙ୍କୁ ଦାଉ ସାଧୁ ଥାଏ

        ସାଜି ସେଇ ସଇତାନ

ମଣିଷ ଭିତରେ ବିଷ ଭରି ଥାଏ

        କରେ ଯେ ଅତ୍ୟାଚାର

ଏତେ ନିର୍ଦ୍ଦୟ ନିଷ୍ଠୁର ବୋଲାଏ

         ବଚନ ତାର ଖର

ଧନ ପାଇଁ ସଂଘର୍ଷ କରଇ କିଏ

         ମିଳେ ନାହିଁ କେବେ ଶାନ୍ତି

ଅଶାନ୍ତିର ଝଡ଼ ଜୀବନେ ବହି ଯାଏ

         ଭାବେ କେବେ ମିଳିବ ମୁକ୍ତି

ଦେହରୁ ଯାର ରୁଧିର ନିଗିଡ଼ି ଯାଏ

         କିଏ କୁହେ ନାହିଁ ଆହା

ଏନ୍ତୁଡ଼ିରୁ ଜୁଇକୁ କହି ଗଲା ସିଏ

         ଦଗଦିଆ ଏଇ ଦୁନିଆ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational