STORYMIRROR

Suresh chandra Padhy

Inspirational

4  

Suresh chandra Padhy

Inspirational

ଭିଜା ଶ୍ରାବଣ

ଭିଜା ଶ୍ରାବଣ

1 min
256


ଶ୍ରାବଣ ତୁ ଆ ଲୋ ଦେବୁ 

         ମୋତେ ଭିଜେଇ

ତୋତେ ମୁ ଚାହଁି ଛି

         ହେବୁନି ତୁ ଫୁଲେଇ

ତୋତେ ପାଇଁ ମୁହିଁ

         ନାଚି ଯାଉ ଥିବି

ତୋ ପାଇଁ ସୁଖର

         ସମୟ ପାଇବି ।

         

କଳା ମେଘ କୁ ଆଣିବୁ 

         କଳା ଓଢଣୀକୁ ଦେଇ

ଫୁଲ ଫଳ କୁ ବୃକ୍ଷରେ

         ଭରିବୁ ଜଗତ ପାଇଁ

ମେଦିନି ଚମକି ଉଠିବ

         ତୋ ପାଇଁ ହେବ ଆଲୋକିତ 

ପ୍ରଜାପତି ଉଡି ବୁଲୁ ଥିବ

         ଭ୍ରମର ବି ହେଉ ଥିବ ମୋହିତ

କେବେ ଆସିବୁ ତୁ କହ

       ଧରଣୀ ରହିଛି ଅନାଇ

ବର୍ଷାର ଧାରାରେ ଦେହ

        ଦେବୁ ତୁ ଲୋ ଭିଜାଇ

ତରୁ ତୃଣ ତୋ ପାଇଁ 

        ହୋଇ ଥିବେ ସଜାଇ

କାଗଜ ଡ଼ଙ୍ଗା କୁ କରି

        ଦାଣ୍ଡେ ଦେବି ଭସାଇ

ହସି ହସି ତୁ ପାଦ ଥାପିବୁ

        ଦୁଃଖ କୁ ନେଇ ସୁଖ ଢାଳିବୁ

ପାର୍ବଣ ଋତୁ କୁ ସାଥେ ଆଣିବୁ

         ଉତ୍ସବ ମୁଖର ସବୁ ଆଡ଼େ କରିବୁ ।


ସୁନା ର କ୍ଷେତ ରେ ଫସଲ 

         ଦେବୁ ଲୋ ଫଳାଇ

କୃଷକ ତୋତେ ଦେଖୁଛି

         ହଳ କୁ ଦେବକୁ ଲୋ ବୁଲେଇ

ଶ୍ରାବଣ ତୁ ଆସିଲେ ଜଳ କଷ୍ଟ ଯିବ

          ପୋଖରୀ ନଦୀ ସବୁ ପୁର୍ଣ ହେବ

ପଦ୍ମ ଫୁଲେ ଜଳ ଶୋଭା 

             ପାଇ ଉଠିବ

ହଂସ ବି ଜଳେ ଖେଳି

           ଖୁସି ଦେଉ ଥିବ

ଆସିବୁ ତୁ କେବେ କହ 

         ତୋ ପବିତ୍ର ଜଳ କୁ ନେଇ

ଶ୍ରାବଣ ତୁ ଭିଜାଇ ଦେବୁ

        ତୋର ଶୀତଳତାକୁ ଦେଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational