ଦୁଇ କୁଳ ହିତା ନାମ ତା' ଦୁହିତା
ଦୁଇ କୁଳ ହିତା ନାମ ତା' ଦୁହିତା
ଝିଟିଏ ଘରେ ଜନମ ହୋଇଲେ
ପିତାର ବଢେ ଆୟୁଷ ।
ସର୍ବ ସୁଲକ୍ଷଣୀ ହେଲେ ସେ ଝିଅଟି
ପିତାର ବଢଇ ଯଶ ।
ସେନେହ ଆଦର ପାଇ ସେ ଝିଅଟି
ବାପଘରେ ବଢିଥାଏ ।
ମାଆଠୁ ସଂସ୍କାର ପାଇ ଝିଅ
ଘରକରଣାକୁ ଆପଣାଏ ।
ପାଠପଢା ସହ ଘରର ଖବର
ଟିକିନିଖି ରଖୁଥାଏ ।
ଘର ସଜାଡିବା ଅତିଥି ସତ୍କାର
ଆଦି ସବୁ କରୁଥାଏ ।
ଘରର ସମ୍ମାନ ରଖଇ ଝିଅଟି
କୁଳ ହୁଅଇ ପବିତ୍ର ।
ହାତକୁ ଦି ହାତ ହେଲା ଯେବେ ଝିଅ
ଶାଶୁଘରେ ଉପଗତ ।
ସ୍ବାମୀ ଶାଶୁ ଶଶୁର ନଣନ୍ଦ ଯାଆ
ଦିଅର ଆଦିଙ୍କ ମନ ।
ନେଇ ଚଳି ରଖେ ଗୁରୁ ଗୁରୁଜନ
ବନ୍ଧୁ ବାନ୍ଧବଙ୍କ ଧ୍ୟାନ ।
ସର୍ବଂସହା ହୋଇ ଦୁହିତା ଚିନ୍ତଇ
ପିତୃ ପତିକୁଳ ହିତ ।
ଉଭୟ କୁଳର ହିତକୁ ମଣଇ
ନିଜର ହିତ ସନ୍ତତ। ।
ଦୁଇ କୁଳ ହିତା ନାମ ତା' ଦୁହିତା
ଜନନୀ ଜାୟା ଭଗିନୀ ।
ରୂପେ ବିରାଜିତା ହୁଅଇ ଦୁହିତା
ସର୍ବ ସୁଖ ବିଧାୟିନୀ ।