Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ରୁକ୍ମିଣୀଙ୍କ ଅମ୍ବିକା ସ୍ତୁତି

ରୁକ୍ମିଣୀଙ୍କ ଅମ୍ବିକା ସ୍ତୁତି

1 min
352



ଜୟ ଲୋ ଅମ୍ବିକା ମାତ ପର୍ବତ ନନ୍ଦିନୀ

ଭୀଷ୍ମକ ଦୁଲଣୀ ପଦେ ଜଣାଏ ଦୟିନୀ l


ନମଃ ମା' ସର୍ଵ ମଙ୍ଗଳା ସନ୍ତାନ ବତ୍ସଳା

ମଙ୍ଗଳମୟୀ ଉଦ୍ଧାରୁ ବୁଡ଼ିବାର ଭେଳା l


ଅମ୍ବିକା ଗୋଉରୀ ଉମା ମାଆ ଜଗଦମ୍ବା

ମାହେଶ୍ଵରୀ ଶଙ୍କରୀ କରୁଣାମୟୀ ଅମ୍ବା l


ତ୍ରେତୟାରେ ମାତେ ପୂଜି ଜନକନନ୍ଦିନୀ

ରାମ ବର ଦେଲୁ ଯାଚି ଶଙ୍କର ଘରଣୀ l


ଶଙ୍କଟତାରିଣୀ ମାଲୋ ବିପଦ ଭଞ୍ଜନୀ

କୃଷ୍ନେ ସମର୍ପିତା ପ୍ରାଣ ମୁହିଁ ଅଭାଗିନୀ l


ଭ୍ରାତା ଋକ୍ମୀ, ବରିଅଛି ଶିଶୁପାଳେ ବର

ଦେହ କି ଧରିବ ମାଆ ରୁକ୍ମିଣୀ ତୁମ୍ଭର l


ସତେ କି ଆସିବେ ନାହିଁ ଭୁବନ ସୁନ୍ଦର

ଇହ ପର କାଳେ ଶିରିପତି ପ୍ରାଣେଶ୍ୱର l


ସିଂହର ଗ୍ରାସ କି ଅବା ଶୃଗାଳ ଭୁଞ୍ଜିବ

ମାଆ ଥାଉ ବୈଦର୍ଭୀର ପ୍ରାଣ ରହିଥିବ l


ଦୟିନୀ ଶୁଣ ମା' ପଦେ ପଶିଲି ଶରଣ

ଜୀବନ ମୋହର ପଦେ କଲି ସମର୍ପଣ l


ଭୁବନମୋହିନୀ ମାଆ ଦୟିନୀ ଶୁଣିଲେ

ହରିଣୀନେତ୍ରାଙ୍କୁ ଆସି ହରି ହରିନେଲେ l


ଜୟ ଜୟ ମାଆ ଭଗବତୀ କାତ୍ୟାୟନୀ

ନମସ୍ତୁତେ ନମସ୍ତୁତେ ନମଃ ନାରାୟଣୀ l


         

          



Rate this content
Log in

Similar oriya poem from Inspirational