Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gobinda Chandra Sethi

Inspirational

4.8  

Gobinda Chandra Sethi

Inspirational

ଅଜବ ସ୍ଵଭାବ

ଅଜବ ସ୍ଵଭାବ

1 min
276


ନୟନ ନୁହଁଇ ନଈ,ପୋଖରୀ

          ଭରିଥାଏ ସେ ତ ଲୁହର ବାରି l

ଚରିତ୍ର ନୁହଁଇ ଲୁହାର ପରି 

          ସହିଅଛି କେତେ କଳଙ୍କ ଧରି l

ଶତ୍ରୁ ନୁହେଁ ଏକ ବୃକ୍ଷର ମଞ୍ଜି

          କିପରି ବଢୁଛି ସଂସାରେ ଆଜି l

ଆତ୍ମସମ୍ମାନଟା ଶରୀର ହୀନ

         ଘାଇଲା ହେଉଛି କହେ ସୁଜନ l

ହୃଦୟ ଆମର କରେ ସ୍ପନ୍ଦନ

          କିପରି ହେଉଛି ଆଜି ପାଷାଣ l

ଇଜ୍ଜତ ମହତ କେଉଁ ଜିନିଷ

          ତଳେ ପଡିଗଲେ ହୁଅଇ ନାଶ l

ଦେଖି ହୁଏନାହିଁ କଥା ଆଘାତ

           ଶୁଣିଲେ ଲାଗୁଛି କ୍ଷତବିକ୍ଷତ l

ମଣିଷ ସ୍ଵଭାବ କେ'ପାରେ କଳି 

          ଋତୁ ନୁହେଁ ସେ ତ ଯାଏ ବଦଳି l

ଧନ୍ୟ ଧନ୍ୟ ଭାଇ ଆମ ସମାଜ

          କିପରି ହେଉଛୁ ସେ ସଜବାଜ l

ସଂସାର କହୁଛି ମାନବ ଶ୍ରେଷ୍ଠ

            କିପରି କରୁଛୁ ତୁହି ଅନିଷ୍ଟ l

ବଦଳିବ ଯଦି ଆମ ସ୍ଵଭାବ

            ରହିବନି ଆଜି କିଛି ଅଭାବ l


Rate this content
Log in

Similar oriya poem from Inspirational