STORYMIRROR

Binodini Dash

Inspirational

4  

Binodini Dash

Inspirational

ସହଯୋଗ

ସହଯୋଗ

1 min
244

ସହଯୋଗ (ଛନ୍ଦ-କୌଶିକ)


ସକଳେ ସୃଷ୍ଟିରେ ପ୍ରକୃତି କୋଳରେ

ଚଳନ୍ତି ସହଯୋଗ ସୂତ୍ରେ

ସରସ ସୁନ୍ଦର ହୁଅଇ ଜୀବନ

ସେଥିପାଇଁ ଦିବସ ରାତ୍ରେ

ନଥାଏ ଊଣା

କାହା ପାଇଁ କିଛି ମହୀରେ

ଜୀବନର ସ୍ରୋତ ହୋଇ ମୁଖରିତ

ପ୍ରବହମାନ ସୁଖ ନୀରେ ।


ଭରନ୍ତି ସୂରୁଜ ଆଲୋକର ତେଜ

ଖାଦ୍ୟଶସ୍ୟ ପୃଥିବୀ ମାତା

ନଦୀ ଦିଏ ଜଳ ବୃକ୍ଷ ଦିଏ ଫଳ

ଗୋରସ ଯୋଗାଏ ଗୋମାତା

ବଣ ପାହାଡ଼

ଉପାଦାନ ଗୃହ ନିମିତ୍ତ

ବୃକ୍ଷ ଦିଏ ବାସ ଶ୍ବାସକୁ ବିଶ୍ବାସ

ସବୁ ଲଭି ପ୍ରଫୁଲ୍ଲ ଚିତ୍ତ ।


ହାତରେ ହାତକୁ ମିଶାଇ ଆଗକୁ

ବଢ଼ିଥାନ୍ତି ପ୍ରତ୍ୟେକ ଜନ

କରି ଉତପନ୍ନ ନାନାପୋକରଣ

ଜୟ ଜୟ ଗାନ ବିଜ୍ଞାନ

ସୁଖ ସମୃଦ୍ଧି

ଯେତେ ଧରିଥାନ୍ତି ଗୋଟାଇ

ପ୍ରତ୍ୟକ୍ଷରେ ହେଉ ଅବା ପରୋକ୍ଷରେ

କେବଳ ସହଯୋଗ ପାଇଁ ।


Rate this content
Log in

Similar oriya poem from Inspirational