ମାଆର ପଣତ କାନି(କେବଳ ପ୍ରଶ୍ନଟିଏ)
ମାଆର ପଣତ କାନି(କେବଳ ପ୍ରଶ୍ନଟିଏ)
ମୋ , ମାଆର ଦୁର୍ଲଭ ପଣତ କାନି
ସବୁଠାରୁ ବଡ଼ ଧନୀ ,
ଦରକାର ନାହିଁ ମୁହଁ ପୋଛିବାକୁ
ଟିସୁ ପେପର୍ ଦସ୍ତାନୀ।
ମୋ ମାଆର ଛୋଟ ଏ .ଟି. ଏମ୍ ମେସିନ୍
ତା' ଲୁଗା ଗଣ୍ଠୁଲି କାନି,
ଭାରି ଭଲ ଲାଗେ ରେଜା ଟଙ୍କା ଧରି
ବୁଲିଲେ ଯାତରା ଯାନି ।
ଖରାରେ ବୁଲିଲେ ଝାଳ ବାହାରିଲେ
ତା' ଓଦା ପଣତ କାନି ,
ପୋଛିଦେଲେ ଥରେ ଏସିର ପବନ
ଯାଇଥାଏ ହାର ମାନି।
ଦରକାର ନାହିଁ ଗୁଗୁଲ ମ୍ୟାପ୍ ର
ଧରିଲେ ତା ' ଲୁଗା କାନି,
ବୁଲିଆସେ ପରା ଚଉଦିଗ ସାରା
ରାସ୍ତାଘାଟକୁ ନଜାଣି।
କେତେ ମୂଲ୍ୟବାନ କେଡ଼େ ଗରୀୟାନ୍
ମୋ ମାଆ ପଣତକାନି ,
ବିପଦ ଆପଦ ଗରମ ବା' ଶୀତ
ଦିଅଇ ସୁରକ୍ଷା ଆଣି।
ସଂସାର ଭିତରେ ତା' ପରି ସତରେ
ମହାନ୍ ଅଛିରେ କିଏ !?
ଯା' ଲୁଗା କାନିରେ ପିନ୍ଧା ପରିଧାନେ
ଏତେ ଶକ୍ତି ଭରିଥାଏ ।
ଯେତେ ଦୁଃଖ କଷ୍ଟ ଆସଇ ଜୀବନେ
ମାଆର ପଣତ କାନି ,
ସବୁ ସମସ୍ୟାର ସୁରକ୍ଷା କବଚ
ଔଷଧ ସେ, ସଞ୍ଜିବନୀ।
କେତେ ତା'ର ଦାନ ଅମୂଲ୍ୟ ମହାନ
ଆମେ ତ, ମାତ୍ର ସନ୍ତାନ,
ସବୁ ବେଦ ଜ୍ଞାନ ତା' ପଦରେ ଲୀନ
ଦେବୀ ରୂପେ ଭଗବାନ।