STORYMIRROR

Pranati Panda

Inspirational

4  

Pranati Panda

Inspirational

ମାଆର ପଣତ କାନି(କେବଳ ପ୍ରଶ୍ନଟିଏ)

ମାଆର ପଣତ କାନି(କେବଳ ପ୍ରଶ୍ନଟିଏ)

1 min
403


ମୋ , ମାଆର ଦୁର୍ଲଭ ପଣତ କାନି

    ସବୁଠାରୁ ବଡ଼ ଧନୀ ,

ଦରକାର ନାହିଁ   ମୁହଁ ପୋଛିବାକୁ 

    ଟିସୁ ପେପର୍ ଦସ୍ତାନୀ।


ମୋ ମାଆର ଛୋଟ ଏ .ଟି. ଏମ୍ ମେସିନ୍ 

     ତା' ଲୁଗା ଗଣ୍ଠୁଲି କାନି,

ଭାରି ଭଲ ଲାଗେ  ରେଜା ଟଙ୍କା ଧରି 

     ବୁଲିଲେ ଯାତରା ଯାନି ।


ଖରାରେ ବୁଲିଲେ  ଝାଳ ବାହାରିଲେ

   ତା' ଓଦା ପଣତ କାନି ,

ପୋଛିଦେଲେ ଥରେ ଏସିର ପବନ

   ଯାଇଥାଏ ହାର ମାନି।


ଦରକାର ନାହିଁ  ଗୁଗୁଲ ମ୍ୟାପ୍ ର

    ଧରିଲେ ତା ' ଲୁଗା କାନି,

ବୁଲିଆସେ ପରା   ଚଉଦିଗ ସାରା

    ରାସ୍ତାଘାଟକୁ ନଜାଣି।


କେତେ ମୂଲ୍ୟବାନ କେଡ଼େ ଗରୀୟାନ୍ 

    ମୋ ମାଆ ପଣତକାନି ,

ବିପଦ ଆପଦ  ଗରମ ବା' ଶୀତ

     ଦିଅଇ ସୁରକ୍ଷା ଆଣି।


ସଂସାର ଭିତରେ ତା' ପରି ସତରେ

    ମହାନ୍ ଅଛିରେ କିଏ !?

ଯା' ଲୁଗା କାନିରେ ପିନ୍ଧା ପରିଧାନେ 

    ଏତେ ଶକ୍ତି ଭରିଥାଏ ।


ଯେତେ ଦୁଃଖ କଷ୍ଟ ଆସଇ ଜୀବନେ 

    ମାଆର ପଣତ କାନି ,

ସବୁ ସମସ୍ୟାର   ସୁରକ୍ଷା କବଚ 

    ଔଷଧ ସେ, ସଞ୍ଜିବନୀ।


କେତେ ତା'ର ଦାନ  ଅମୂଲ୍ୟ ମହାନ 

     ଆମେ ତ, ମାତ୍ର ସନ୍ତାନ,

ସବୁ ବେଦ ଜ୍ଞାନ   ତା' ପଦରେ ଲୀନ

     ଦେବୀ ରୂପେ ଭଗବାନ।


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational